ନାବାଳିକା ଦୁଷ୍କର୍ମ ନେଇ ଉତ୍ତେଜନା, ଜାଳିଦେଲେ ପୋଲିସ ଗାଡ଼ି !

ରାକ୍ଷସ ସାଜିଲା ସ୍କୁଲ ପିଅନ, ତୃତୀୟ ଶ୍ରେଣୀ ଛାତ୍ରୀ ସହ ଦୁଷ୍କର୍ମ !

ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କଲା ସ୍କୁଲ ପିଅନ । ଏହାକୁ ନେଇ ଗାଁରେ ଦେଖାଦେଲା ଉତ୍ତେଜନା । ଉତ୍ୟକ୍ତ ଲୋକେ ଜାଳିଦେଲେ ପୋଲିସ ଗାଡି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁରୁ ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ । ସୂଚନା ଅନୁସାରେ ସ୍କୁଲ ସାରି ଫେରୁଥିବା ବେଳେ ସେହି ସ୍କୁଲର ପିଅନ ଶିବ ପ୍ରସାଦ ମିଶ୍ର ତାଙ୍କୁ ଏକ ରୁମ୍‌କୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ଛାତ୍ରୀଜଣକ କାନ୍ଦୁଥିବା ଦେଖି ଉକ୍ତ ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରୀ ଉଦ୍ଧାର କରି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ।

ଗୁରୁତର ଅବସ୍ଥାରେ ଘରେ ପହଞ୍ଚି ନାବାଳିକାଜଣକ ନିଜ ପରିବାର ଲୋକଙ୍କୁ ସବୁ କଥା କହିଥିଲେ । ୩ୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଉତ୍ତେଜନା । ଆଉ ଏହାପରେ ପୁଲିସର ଲାଠିଚାର୍ଜ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ଉତ୍ତେଜନା ଦେଖିବାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିବା ବେଳେ ପୁଲିସ୍‌ ଜିପ୍‌କୁ ଭଙ୍ଗାରୁଜା କରିବା ସହ ପୁଲିସ୍‌ ବସ୍‌ ଜାଳି ଦେଇଛନ୍ତି। ଗାଁରେ ଉତେଜନା ଲାଗିଥିବାରୁ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।