ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ

ଓଏମ୍‌ସିକୁ ତଥ୍ୟ ମାଗିଲା କ୍ରାଇମ୍‌ବ୍ରାଞ୍ଚ

କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ସୋସାଇଟିରେ ରେଡ୍ । ବିଜେଡି ନେତା ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଏସ୍‌ଟିଏଫ୍ ଓ ଇଓଡବ୍ଲୁ । ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ଗୋପାଳପୁରରେ ଚାଲିଛି ମିଳିତ ରେଡ୍ । ଶିଳ୍ପାଞ୍ଚଳ କରିଡର ଚେକ୍ ପଏଣ୍ଟ ଗୁଡିକରେ ମଧ୍ୟ ଚେକିଂ କରାଯାଉଛି । ପଲିଟିକାଲ ଲିଙ୍କ ନେଇ କ୍ରାଇମବ୍ରାଞ୍ଚର ଖୋଳତାଡ଼ କରୁଛି । ଜାଲ କାଗଜପତ୍ର ଦେଇ ଓଏମସିରୁ କାମ ହାତେଇଥିଲେ । ସଂସ୍ଥାରେ ମେମ୍ବର ନଥାଇ ବି ଆତ୍ମସାତ୍ କରିଛନ୍ତି କୋଟି କୋଟି ଟଙ୍କା । ଖୋଲୁଛି ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି କୋପରେଟିଭ ସୋସାଇଟି କେଳେଙ୍କାରୀର ଗୁମର । ମାଇନିଂ କାମ କରିବାରେ କେମିତି ହୋଇଥିଲା ଦୁର୍ନୀତି? ଏସମ୍ପର୍କରେ ଓଏମସିକୁ କୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ । କେନ୍ଦୁଝର ଜିଲ୍ଲା ଶୁଆକାଟି ସ୍ଥିତ ଓଏମ୍‌ସି ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ହେଲେ ପୂର୍ବ ସରକାର ଏଥିପ୍ରତି କର୍ଣ୍ଣପାତ ମଧ୍ୟ କରୁ ନ ଥିଲେ। ସରକାର ବଦଳିବା ପରେ ଏହି ଅଭିଯୋଗ ଆଧାରରେ ଇଓଡବ୍ଲୁ କେଶଟିକୁ ନିଜ ହାତକୁ ନେଇଛି।

Leave a Reply

Your email address will not be published. Required fields are marked *