ବଜ୍ରପାତ ରୋକିବାକୁ ଲାଗିବ ତାଳ ଗଛ

ତାଳଗଛ ଲଗାଇବାକୁ ୭ କୋଟି ଟଙ୍କା

ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢ଼ି ଚାଲିଥିବାରୁ ତାଳ ଗଛ ଲଗାଇବା ପାଇଁ ସରକାର ୭ କୋଟି ଟଙ୍କା ବନ ବିଭାଗକୁ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତାଳଗଛ ଲଗାଇବାରେ ସମସ୍ତ ବିଧାୟକ ସଚେତନତା ସହ ସହଯୋଗ କରନ୍ତୁ ବୋଲି ମନ୍ତ୍ରୀ ଆଜି ନିବେଦନ କରିଛନ୍ତି । ବିଧାନସଭା ପ୍ରଶ୍ନକାଳ ସମୟରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଟଙ୍କଧରଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଯଥେଷ୍ଟ ପାଣ୍ଠି ଅଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ୨୩୦୦ କୋଟି ଟଙ୍କା ଅଛି । ସେଥିରୁ ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ୨୦୦ କୋଟି ଟଙ୍କା ରଖାଯାଇଛି। ବଜ୍ରପାତ ଜନିତ ମୃତ୍ୟୁ ପ୍ରବାସୀ ଓଡ଼ିଆଙ୍କୁ କ୍ଷତିପୂରଣ ପାଇଁ ବିଚାର ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *