କେତେ ଠକିଛନ୍ତି ସରକାରୀ ବାବୁ, ୪ଟି ସ୍ଥାନରେ ରେଡ୍
ଗଞ୍ଜାମ ଜିଲ୍ଲା ବୁଗୁଡାର ପୂର୍ବତନ ତହସିଲଦାର ସଂଗ୍ରାମ କେଶରୀ ଜେନା ଭିଜିଲାନ୍ସ ଜାଲରେ । ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଛି । ବର୍ତ୍ତମାନ ସେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗପ ଅଧିକାରୀ ଭାବେ କାମ କରୁଛନ୍ତି । ସଂଗ୍ରାମ କେଶରୀ ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। । ଏକକାଳୀନ ଚାରିଟି ସ୍ଥାନରେ ଚାଲିଛି ମାରାଥନ ଚଢ଼ାଉ। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ।
ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଏହି ଚଢ଼ାଉ। ବାଲୁଗାଁ ରେ ଥିବା ଜେନା କଲୋନୀ, ଖୋର୍ଦ୍ଧା ଟାଙ୍ଗି ଥାନା ହରିପୁର ଠାରେ ବିଲ୍ଡିଂ, ବାଲୁଗାଁ ଚୁଡା ମିଲ ନିକଟରେ ଥିବା ସମ୍ପର୍କୀୟଙ୍କ ଘର, ଛୋଟରାୟପୁରଶାସନରେ ଥିବା ୩ ପ୍ଲଟ ସମ୍ପର୍କରେ ତଥ୍ୟ ନେଉଛି ଭିଜିଲାନ୍ସ । ଚାକିରି କାଳରେ ବାବୁ ଜଣଙ୍କ କିଭଳି କୋଟି କୋଟି ଟଙ୍କା ରୋଜଗାର କଲେ ତାହାକୁ ନେଇ ଛାନଭିନ ଆରମ୍ଭ କରିଛି ତଦନ୍ତକାରୀ ସଂସ୍ଥା ।