ରେକର୍ଡ କଲା ରେଭେନ୍ସା !

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍ A++ ମାନ୍ୟତା

ରେକର୍ଡ କଲା ରେଭେନ୍ସା । ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଲା ନାକ୍ A++ ମାନ୍ୟତା । ତେବେ ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସାକୁ ମିଳିଛି A++ ମାନ୍ୟତା । ନାକ୍ ପକ୍ଷରୁ ଏହି ଘୋଷଣା ପରେ ସାରା ବିଶ୍ବବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ, ଅଧ୍ୟାପିକା, ଓ କର୍ମଚାରୀ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ଛାତ୍ରଛାତ୍ରୀ ଏହାକୁ ଉତ୍ସବ ଭଳି ପାଳନ କରିଛନ୍ତି । ବିଶ୍ବବିଦ୍ୟାଳୟ ପରିସରରେ ଉତ୍ସବର ମାହୋଲ ଲାଗିଛି । ଖାଲି ସେତିକି ନୁହେଁ ବରଂ ଏହି ସଫଳତାକୁ କେକ୍ କାଟି ସେଲିବ୍ରେସନ କରାଯାଇଛି । ଓଡ଼ିଶାରେ ପ୍ରଥମ ଥର ନାକ୍ ଟିମ୍ ପକ୍ଷରୁ A++ ମାନ୍ୟତା ବିଶ୍ବବିଦ୍ୟାଳୟର ଗୌରବ ବଢାଇବା ସହ ଆହୁରି ଜନାଦୃତ ହେବ ।