୩୫ଟି ଔଷଧ ଉପରେ କଟକଣା
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଔଷଧ ନିୟନ୍ତ୍ରକମାନଙ୍କୁ ୩୫ଟି ଫିକ୍ସଡ୍ ଡୋଜ କମ୍ବିନେସନ୍ ବା ନିଶ୍ଚିତ ଡୋଜ୍ ମିଶ୍ରଣ ଔଷଧର (FDC ଔଷଧ)ର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଔଷଧଗୁଡିକ ମଧ୍ୟରେ ରହିଛି ପେନ କିଲର, ଆଣ୍ଟିବାୟୋଟିକ୍, ଆଣ୍ଟି ଡିପ୍ରେସନ୍, ନ୍ୟୁଟ୍ରିସନ୍ ସପ୍ଲିମେଣ୍ଟ ଓ ମଧୁମେହ ପ୍ରତିରୋଧୀ ଔଷଧ । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ତାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତକୁ ଏନେଇ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ବ୍ୟାନ୍ର ମୂଳ ଉଦ୍ଦେଶ୍ୟ ହେଉଛି ଅଣ ଅନୁମୋଦିତ ଔଷଧଗୁଡ଼ିକ ଯୋଗୁଁ ଜନସ୍ୱାସ୍ଥ୍ୟ ଉପରେ ହେଉଥିବା ବିପଦକୁ ରୋକିବା । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ଡକ୍ଟର ରାଜୀବ ରଘୁବଂଶୀ କହିଛନ୍ତି , ଏହି FDC ଔଷଧଗୁଡ଼ିକ ବୈଜ୍ଞାନିକ ପରୀକ୍ଷଣ ବିନା ବ୍ୟବହୃତ ହେଉଥିଲା । ଏହି ନିଷ୍ପତ୍ତିକୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱାଗତ କରିଛନ୍ତି । ଅନ୍ୟପଟେ, ଏହି ବ୍ୟାନ ଜନସାଧାରଣଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଅନେକ ରୋଗୀ ଏହି FDC ଔଷଧ ଗୁଡ଼ିକ ଉପରେ ନିର୍ଭରଶୀଳ ଥିଲେ, ଯାହା ଅପେକ୍ଷାକୃତ ଶସ୍ତା ଓ ସୁଲଭ ଥିଲା। ଏହାର ବ୍ୟାନ୍ ପରେ ବିକଳ୍ପ ଔଷଧଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି ।
