ରାତି ୧୦ରୁ ସକାଳ ୬ ଟା ଯାଏଁ ବାଲେଶ୍ବରରେ କଟକଣା

ବାଲେଶ୍ୱରରେ କର୍ଫ୍ୟୁ ନୁହେଁ କଟକଣା

ବାଲେଶ୍ୱରରେ କର୍ଫ୍ୟୁ ନୁହେଁ କଟକଣା ଜାରିକଲା ଜିଲ୍ଲା ପ୍ରଶାସନ । ୨୧ ତାରିଖ ପର୍ୟ୍ୟନ୍ତ ସହରରେ ରାତ୍ରି କାଳୀନ କଟକଣା ଜାରି କରିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ । ରାତି ୧୦ରୁ ସକାଳ ୬ ଟା ଯାଏଁ କଟକଣା ବଳବତ୍ତର । ଦୁର୍ଗା ମେଢ଼ ଭସାଣୀ ବେଳେ ବାଲେଶ୍ୱର ଟାଉନ ଥାନା ଅଞ୍ଚଳରେ ଦେଖା ଦେଇଥିଲା ଅପ୍ରିତିକର ପରିସ୍ଥିତି । ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲା ପ୍ରଶାସନ ଯାରିକରିଛି ୮ ଘଣ୍ଟିଆ କଟକଣା ଜାରି କରାଯାଇଛି । ରାତି ୧୦ ପରେ ଦୋକାନ ବଜାନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ପ୍ରତ୍ୟୁଷ ଦିବାକର ।

Leave a Reply

Your email address will not be published. Required fields are marked *