ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ । ପି. ଅନ୍ୱେଷା ରେଡ୍ଡି ହେଲେ ଯାଜପୁର ଜିଲ୍ଲାପାଳ । ଅକ୍ଷୟ ସୁନିଲ ଅଗ୍ରୱାଲ ନୟାଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସମ୍ବଲପୁର ଜିଲ୍ଲାପାଳ ଥିଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଦାୟିତ୍ୱ । ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ନିଯୁକ୍ତି । ବିଜୟ କୁମାର ଦାସ ଗଜପତି ଜିଲ୍ଲାପାଳ, ସ୍ମୃତି ରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା ଦାୟିତ୍ୱ, ପାରୁଲ ପରୱାରୀ ରାୟଗଡ଼ା ଜିଲ୍ଲାପାଳ, ଅମୃତ ଋତୁରାଜଙ୍କୁ କନ୍ଧମାଳ ଦାୟିତ୍ୱ, ସିଦେ୍ଦଶ୍ୱର ବଳିରାମ ବନ୍ଦର ସମ୍ବଲପୁର ଜିଲ୍ଲାପାଳ, କଟକ ଜିଲ୍ଲାପାଳ ଭାବେ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିଭଳି ପାୱାର ସଚିନ ପ୍ରକାଶଙ୍କୁ କାଳାହାଣ୍ଡି ଦାୟିତ୍ୱ, ମନୋଜ ସତ୍ୟବାନ ମହାଜନ ହେଲେ ସୁନ୍ଦରଗଡ଼ ଜିଲ୍ଲାପାଳ, କବୀନ୍ଦ୍ର କୁମାର ସାହୁ ହେଲେ ଦେବଗଡ଼ ଜିଲ୍ଲାପାଳ, ମଧୁସୂଦନ ଦାଶ ହେଲେ ନୂଆପଡ଼ା ଜିଲ୍ଲାପାଳ, ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଦାୟିତ୍ୱ, ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ସୋମେଶ କୁମାର ଉପାଧ୍ୟାୟ ଢେଙ୍କାନାଳ ଜିଲ୍ଲାପାଳ, ଆଶିଷ ଇଶ୍ୱର ପାଟିଲଙ୍କୁ ମାଲକାନଗିରି ଦାୟିତ୍ୱ, ହେମକାନ୍ତ ସାଏ ମୟୂରଭଞ୍ଜ ଜିଲ୍ଲାପାଳ ଦାୟିତ୍ୱ ମିଳିଛି ।

ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ନୂଆ ଦାୟିତ୍ୱ ମିଳିଛି । ବିଜୟ କେତନ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିଦେ୍ର୍ଦଶକ । ଅଶିଷ ଠାକରେ ହେଲେ ରାଜସ୍ୱ ପର୍ଷଦ ସଚିବ । କମଳ ଲୋଚନ ମିଶ୍ର ହେଲେ ଓଏସଡିଏମଏର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ । ନିଖିଲ ପୱନ କଲ୍ୟାଣ ଓଡ଼ିଶା ମୃତ୍ତିକା ସଂରକ୍ଷଖ ଓ ଜଳଛାୟା ବିକାଶ ନିଦେ୍ର୍ଦଶକ ।