୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି

କାଲିଠୁ ୩ ତାରିଖ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ଆସନ୍ତାକାଲିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ । କାଲିଠୁ ୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର ମରାମତି ତଥା ସଂରକ୍ଷଣ କାମ ବନ୍ଦ ରହିବ । ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରଖାଯିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ମାର୍ଚ୍ଚ ୯ରୁ ୧୫ ଯାଏଁ ଅର୍ଥାତ ଫଗୁଦଶମୀରୁ ହୋଲି ଉତ୍ସବ ପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକୁ ଦୃଷ୍ଟିରେ ରଖି ରତ୍ନଭଣ୍ତାର ମରାମତି କାର୍ଯ୍ୟ ବନ୍ଦ ରହିଥିଲା । ଗତ ଡିସେମ୍ବର ମାସରୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହୋଇଥିବା ବେଳେ, ଫେବ୍ରୁଆରୀ ମାର୍ଚ୍ଚ ଭିତରେ ସାରିବାକୁ ସ୍ଥିର ହୋଇଥିଲା । କିନ୍ତୁ ଏହି ସମୟ ଭିତରେ ସରିବ ନାହିଁ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଶ୍ରୀଜିଉଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଭିଡ଼ ଯୋଗୁ ମରାମତିରେ ବାଧା ସୃଷ୍ଟି ହେଉଛି । କାମ ତ୍ୱରାନ୍ୱିତ ହୋଇପାରୁନାହିଁ । ତେବେ ନୀତି ସଅଳ ସାରିବାକୁ ଚେଷ୍ଟା କରୁଥିବା ସେବାୟତ କହିଛନ୍ତି ।

Leave a Reply

Your email address will not be published. Required fields are marked *