ଆଜିଠୁ ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାମ

ଆଜିଠୁ ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାମ

ଆଜିଠୁ ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାମ। ଦୁଇ ତିନିଦିନ ଭିତରେ ଭାରାବନ୍ଧା କାମ ସରିବା ପରେ ଚୁନ ଛଡ଼ା କାମ ଆରମ୍ଭ ହେବ। ଏହା ପରେ ଆବଶ୍ୟକ ମରାମତି କରାଯିବ । ଛାତ ଓ କାନ୍ଥର ପଥର ଯୋଡ଼େଇ, ପଥର ପରିବର୍ତ୍ତନ ଓ ବିମ୍‌ ପରିବର୍ତ୍ତନ କାମ ହେବ। ରତ୍ନଭଣ୍ଡାର ଭିତର ପାର୍ଶ୍ବ ମରାମତି କାମ ଶେଷ ପରେ ବାହାର ପାର୍ଶ୍ବ ମରାମତି କାମ ଆରମ୍ଭ ହେବ।ତିନି ମାସ ଭିତରେ ମରାମତି କାମ ସାରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଲକ୍ଷ୍ୟ ରଖିଛି। ରତ୍ନଭଣ୍ଡାର କାମ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, Asi ତା କାମ ଆରମ୍ଭ କରିଛି। ରତ୍ନଭଣ୍ଡାରର କାନ୍ଥ, ବୀମ ସମସ୍ୟା ଦେଖିବେ । କିନ୍ତୁ asi କାମ ଭିତରେ ଦର୍ଶନ ବାଧା ପ୍ରାପ୍ତ ହେବନି । କିଛି ବ୍ୟକ୍ତି ପ୍ରଚାର କରୁଛନ୍ତି ଯେ ଦର୍ଶନ ବାଧାପ୍ରାପ୍ତ ହେବ ବୋଲି । 3 ମାସ ଭିତରେ କାମ ସାରିବାକୁ asi ଲକ୍ଷ୍ୟ ରଖିଛି । କିନ୍ତୁ ଆମେ ତା ପୂର୍ବରୁ ସାରିବାକୁ ଚେଷ୍ଟା କରୁଛୁ । ଏହାପରେ ଗଣତି ମଣତି ହେବ । ଓଡିଶାବାସୀ ଙ୍କ ପାଇଁ ଆମ ଉତ୍ତର ଦାୟିତ୍ଵ ।

Leave a Reply

Your email address will not be published. Required fields are marked *