ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି। ଅନ୍ତରୀଣ ସୁରକ୍ଷା ଫେବୃଆରୀ ୧ ଯାଏଁ ବଳବତ୍ତର

ପ୍ରତାପଙ୍କ ଅନ୍ତରୀଣ ସୁରକ୍ଷା ଫେବୃଆରୀ ୧ ଯାଏଁ ବଳବତ୍ତର

ମାହାଙ୍ଗା ଡବଲ ମର୍ଡର ମାମଲା। ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି। ଅନ୍ତରୀଣ ସୁରକ୍ଷା ଫେବୃଆରୀ ୧ ଯାଏଁ ବଳବତ୍ତର ରଖିଲେ ହାଇକୋର୍ଟ। ସାଲେପୁର ଜେଏମଏଫସି ଅଦାଲତଙ୍କ ୨୦୨୩, ସେପ୍ଟେମ୍ବର ୨୫ର ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟ ଯାଇଥିଲେ ପ୍ରତାପ । ପ୍ରତାପ ଜେନା ଦାୟର କରିଥିବା ଆବେଦନ (କ୍ରିମିନାଲ ରିଭିଜନ)ର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ଆସନ୍ତା ଫେବ୍ରୁଆରି ପହିଲା ଯାଏଁ ବଳବତ୍ତର ରହିଛି। ଉଭୟ ପକ୍ଷଙ୍କ ସହମତିରେ ହାଇକୋର୍ଟ ଶୁଣାଣି ଘୁଞ୍ଚାଇଛନ୍ତି। ଆଗାମୀ ଫେବ୍ରୁଆରି ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।