ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପ୍ରବେଶ ବର୍ମା ଡେପୁଟୀ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ବିଜେପି ବିଧାୟକ ଦଳର ବୈଠକ ପରେ ରେଖାଙ୍କ ନାମରେ ମୋହର ଲାଗିଛି। ସେ ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ସେ ଚତୁର୍ଥ ମହିଳା ଭାବରେ ଦିଲ୍ଲୀର ଶାସନ ଗାଦିରେ ବସିବାକୁ ଯାଉଛନ୍ତି। ନୂଆଦିଲ୍ଲୀର ଶାଲିମାର ବାଘ ଅଞ୍ଚଳରୁ ଆସୁଥିବା ରେଖା ୩ ଥରର ବିଧାୟିକା ବନ୍ଦନା କୁମାରୀଙ୍କୁ ୨୯,୫୯୫ ଭୋଟରେ ପରାସ୍ତ କରିଥିଲେ। ଅନ୍ୟ ପକ୍ଷରେ ଜାୟାଣ୍ଟ କିଲର ତତା ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇବା ପ୍ରବେଶ ବର୍ମାଙ୍କୁ ତାଙ୍କର ଡେପୁଟି ଚୟନ କରାଯାଇଛି। ବୁଧବାର ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ହୋଇଥିବା ବୈଠକରେ ଏହି ଦୁଇ ନାମରେ ମୋହର ବାଜିଥିଲା। ଗୁରୁବାର ଉଭୟ ନେତା ଶପଥ ନେବେ ବୋଲି ଜଣାପଡିଛି।