ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ ; ଏପ୍ରିଲ ୩୦ରୁ ଯାତ୍ରା ଆରମ୍ଭ
ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ । ଏପ୍ରିଲ ୩୦ରୁ ଆରମ୍ଭ ହେବାକୁ ଯାଉଛି ଚାରିଧାମ ଯାତ୍ରା । ଶ୍ରଦ୍ଧାଳୁଙ୍କ ସୁବିଧାକୁ ନଜରରେ ରଖି ଅନ୍ଲାଇନରେ ଆଧାର ସହାୟତାରେ ପଞ୍ଜୀକରଣ ହେଉଛି । ଶ୍ରଦ୍ଧାଳୁଙ୍କ ପାଇଁ ରେଜିଷ୍ଟେସନ୍ ବାଧ୍ୟତାମୂଳକ କରିଛି ପ୍ରଶାସନ । ଏହାଦ୍ବାରା ଶ୍ରଦ୍ଧାଳୁ ନିଜ ପଞ୍ଜୀକୃତ ତିଥିରେ ଦର୍ଶନ ସୁବିଧା ପାଇପାରିବେ । ଧାମ ଗୁଡ଼ିକରେ ଟୋକନ ସହ ଦର୍ଶନ ବ୍ୟବସ୍ଥା କରାଯାଇଛି। ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଯାତ୍ରା ସମୟରେ ଶ୍ରଦ୍ଧାଳୁ ନିଜ ସହ ଛତା, ଗରମ କପଡା ଏବଂ ରେନକୋଟ ନେବାକୁ କୁହାଯାଇଛି। ସେହିଭଳି ଯାତ୍ରା ସମୟରେ ନିଜ ସହ ଔଷଧ, ଯାତ୍ରା ସ୍ଥଳର ସୁରକ୍ଷା ସୂଚନା ଏବଂ ଅନଧିକୃତ ବ୍ୟକ୍ତିଙ୍କ ଠାରୁ ସତର୍କ ରହିବା ଭଳି ଦିଗ ପ୍ରତି ସତର୍କ ରହିବାକୁ କୁହାଯାଇଛି। ଗତ ବର୍ଷ ଚାର ଧାମରେ ବା ମନ୍ଦିର ନିଟକରେ ଫଟୋ, ଭିଡିଓ କିମ୍ବା ରିଲ୍ସ କରିବାକୁ ବାରଣ କରାଯାଇଥିଲା । ଏଥର ମଧ୍ୟ ସେହି ନିୟମ ଲାଗୁ କରାଯିବ ବୋଲି ସୂଚନା ରହିଛି ।
