ମାଓବାଦୀ ସଂଗଠନ ପକ୍ଷରୁ ଅସ୍ତ୍ରବିରତି ଘୋଷଣା
ଶେଷରେ ମୁଣ୍ଡ ନୁଆଁଇଲା ଲାଲବାହିନୀ । ସୁରକ୍ଷା କର୍ମୀଙ୍କ ମାରାଥନ ମାଓ ବିରୋଧୀ ଅପରେସନ ପରେ ନରମିଲା ମାଓ ସଂଗଠନ । ଆଉ କୌଣସି ବାଟ ନପାଇ ଶେଷରେ ନିଃସର୍ତ୍ତ ଯୁଦ୍ଧବିରତି ଘୋଷଣା କରିଥିବା ମାଓ ସଂଗଠନ ମୁଖପାତ୍ର ଅଭୟ ସୂଚନା ଦେଇଛନ୍ତି । ଅସ୍ତ୍ର ତ୍ୟାଗ କରିବା ପାଇଁ ଏକ ମାସ ସମୟ ମାଗିଛି ନକ୍ସଲ ବାହିନୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ନିଜ ଘୋଷଣାରେ ଅସ୍ତ୍ରତ୍ୟାଗ ଓ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ବୋଲି କହିଛି । ନକ୍ସଲମାନେ ଏହି ପ୍ରକ୍ରିୟାକୁ ଔପଚାରିକ ରୂପ ଦେବା ପାଇଁ ଏକ ମାସର ସମୟ ମାଗିଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲ ଦମନ ପାଇଁ ଡେଡଲାଇନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାଓବାଦୀଙ୍କ ଯୁଦ୍ଧ ବିରତି ଘୋଷଣା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏକ ବଡ଼ ଉପଲବ୍ଧି କୁହାଯିବ ।
