ଟୁଇନ୍ ସିଟିକୁ ରେଡ୍ ଆଲର୍ଟ

ସାଢେ ୧୧ ସୁଦ୍ଧା ତାପମାତ୍ରା ୪୩ ପାର

ଅସହ୍ୟ ତାତି । ଟୁଇନ୍ ସିଟିକୁ ରେଡ୍ ଆଲର୍ଟ । ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୪୩ ଦଶମିକ ୬ ଡିଗ୍ରୀ ରେକର୍ଡ। ସେହିପରି ୪୪ ଦଶମିକ ୧ ସହ ବାଲେଶ୍ୱର ସବୁଠୁ ଉତପ୍ତ ସହର । ଅସହ୍ୟ ଗରମ ଓ ଗୁଳୁଗୁଳି ନେଇ ସତର୍କ କରାଇଲା ଆଂଚଳିକ ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ହେବ ଗ୍ରୀଷ୍ମ ପ୍ରବାହ । ଏଥିପାଇଁ ଆଜି ଓ ଆସନ୍ତାକାଲି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ତାରିଖରୁ ତାତି ସାମାନ୍ୟ ହ୍ରାସ୍ ପାଇବ । ୨ ଓ ୩ ତାରିଖ ପାଇଁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନ ୧୧ଟା ୩୦ ସୁଦ୍ଧା ୪୪ ଡିଗ୍ରୀ ଉପରେ ପାରଦ । ୪୪ ଦଶମିକ ୧ ଡିଗ୍ରୀ ସହ ବାଲଶ୍ୱର ସବୁଠାରୁ ଉତପ୍ତ ସହର ହୋଇଛି । ଭୁବନେଶ୍ୱରରେ ୪୩ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ।