ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପରେ ସରକାରଙ୍କ ବଡ଼ ପଦକ୍ଷେପ

ବାତିଲ ହୋଇଥିବା ପରୀକ୍ଷାର ତାଲିକା ମାଗିଲେ ରାଜ୍ୟ ସରକାର

ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପରେ ସରକାରଙ୍କ ବଡ଼ ପଦକ୍ଷେପ । ବାତିଲ ହୋଇଥିବା ପରୀକ୍ଷାର ତାଲିକା ମାଗିଲେ ସରକାର। ୨୦୨୪ ଜୁନ ଠାରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ସମସ୍ତ ପରୀକ୍ଷାର ତଥ୍ଯ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ବିଭାଗକୁ ଚିଠି ଲେଖି ତାଲିକା ମାଗିଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ। ରିପୋର୍ଟ ଦାଖଲ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

ଏହାକୁ ଅତ୍ୟନ୍ତ ଜରୁରୀ ଭାବେ ବିବେଚନା କରିବାକୁ କୁହାଯାଇଛି । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ, ଓଡ଼ିଶା ପୋଲିସ ଷ୍ଟାଫ ସିଲେକସନ ବୋର୍ଡ, ପୋଲିସ ସିଲେକସନ ବୋର୍ଡ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ଓସେପା, ଓପିଏସି, ଓଏସଏସସି, ଓଏସଏସଏସସି ଓ ଷ୍ଟାଫ ସିଲେକସନ -ହାୟର ଏଜୁକେନସକୁ ହୋଇଛି ଚିଠି ।ସୂଚନାଥାଉକି, ନିକଟରେ ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣା ସାମ୍‌ନାକୁ ଆସିଛି । 

ଯାହା ପରେ ପୂରା ପରୀକ୍ଷାକୁ ବାତିଲ୍ କରାଯାଇଛି। ଏହି ଘଟଣାର ତଦନ୍ତରୁ ପରୀକ୍ଷା ଜାଲିଆତିର ନେଟୱର୍କ ରାଜ୍ୟସାରା ବ୍ୟାପିଥିବା ଜଣାପଡ଼ିଛି ।  ଆହୁରି ମଧ୍ୟ ଏହା ପଛରେ ବଡ଼ ରାକେଟରେ ହାତ ରହିଥିବା ଜଣାପଡ଼ିଥିବାବେଳେ, ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲଙ୍କୁ ଗିରଫ ପରେ ଜେଲ ପଠାଇଦିଆଯାଇଛି ।