ଜଷ୍ଟିସ ଅରବିନ୍ଦ ସିହ୍ନାଙ୍କ ବଦଳି ପାଇଁ ସୁପାରିସ

ଜଷ୍ଟିସ ଅରବିନ୍ଦ ସିହ୍ନାଙ୍କ ବଦଳି ପାଇଁ ସୁପାରିସ

ଓଡ଼ିଶା ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବ। ବଦଳି ପାଇଁ ସୁପ୍ରିମକୋର୍ଟଙ୍କ କଲିଜିୟମ ସୁପାରିଶ କରିଛନ୍ତି । ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ଖାଲି ପଡ଼ିଥିଲା । ଗତ ଜାନୁଆରୀ ୨୦ ତାରିଖରୁ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇ ଆସୁଛନ୍ତି । କୋଲକାତା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ସିହ୍ନା ବଦଳି ହୋଇ ୨୦୨୧ ଅକ୍ଟୋବର ୮ରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ୨୦୨୫, ଜାନୁଆରି ୧୯ରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଅବସର ଗ୍ରହଣ କରିବା ପରେ ଜାନୁଆରି ୨୦ରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ସେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି । ସେପଟେ ଗତ ମାର୍ଚ୍ଚ ୬ ତାରିଖରେ କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ ପାଇଁ ସୁପ୍ରିମକୋର୍ଟଙ୍କ କଲିଜିୟମ ପକ୍ଷରୁ ସୁପାରିଶ କରାଯାଇଛି ।