ମଦ ମୃତ୍ୟୁର ହେବ RDC ତଦନ୍ତ

ଚିକିଟି ମଦ ମୃତ୍ୟୁ ମାମଲାର ତଦନ୍ତ କରିବେ RDC

ଚିକିଟି ମଦ ମୃତ୍ୟୁ ମାମଲାର ତଦନ୍ତ କରିବେ RDC । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୨ ମାସ ମଧ୍ୟରେ ଆସିବ ତଦନ୍ତ ରିପୋର୍ଟ । ସେପଟେ ଚୋରା ମଦ କାରବାର ରୋକିବା ଉପରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ବେଆଇନ ମଦ ଭାଟି ଉପରେ ବୁଲ ଡୋଜର ଚାଲିବ ବୋଲି ଖୋଦ୍ ମନ୍ତ୍ରୀ କହିଲେଣି । ସେହିପରି ଚିକିଟି ଘଟଣାରେ ଜଣଙ୍କୁ ବଦଳି ଓ ଦୁଇ ଜଣଙ୍କୁ ନିଲମ୍ବନ କରିଛନ୍ତି ସରକାର । ସେପଟେ ବେଆଇନ ମଦ କାରବାର ରୋକିବା ପାଇଁ ସାରା ରାଜ୍ୟରେ ରେଡ୍‌ ଚାଲିଛି। ୨୧୭ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୧୭ ଜଣଙ୍କୁ ଗିରଫ କରାଯାଇଛି । ବେଆଇନ ମଦ ଭାଟିକୁ ବୁଲ ଡୋଜର ଲଗାଇ ଉଡ଼ାଇ ଦିଆଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜ୍ୟରେ ଆଉ ବେଆଇନ ଭାଟି ରହିବନି ବୋଲି ସେ ଆଶ୍ୱାସନ ଦେଇଛନ୍ତି ।ଚିକିଟି ମଦ ଟ୍ରାଜେଡିକୁ ନେଇ ହଇଚଇ ପରେ ରାଜ୍ୟବ୍ୟାପି ଜାରି ରହିଛି ଚଢ଼ାଉ । ଗତକାଲି ସଂଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଗଲାଣି। ତା ଭିତରୁ ଗଞ୍ଜାମ ଜିଲ୍ଲାରୁ ହିଁ ୩୮୫ ଲିଟର ମଦ ଜବତ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।