୫ବର୍ଷ ପରେ ଖସିଛି ରେପୋ ରେଟ୍

ଖସିଲା ରେପୋ ରେଟ୍, କମିବ ଘର EMI

କମିଲା ରେପୋ ରେଟ୍। ଋଣ ଉପରେ କମିବ ସୁଧ ହାର। ୫ବର୍ଷ ପରେ ଖସିଛି ରେପୋ ରେଟ୍। ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। o.୨୫ ବେସିସ୍ ପଏଣ୍ଟ ହ୍ରାସ ହେବା ପରେ ବର୍ତ୍ତମାନ ରେପୋ ରେଟ୍ ୬.୨୫ ପ୍ରତିଶତ ହୋଇଛି। ପୂର୍ବରୁ ରେପୋ ରେଟ୍ ୬.୫୦ ପ୍ରତିଶତ ଥିଲା। ରିପୋ ରେଟ୍ କମିବା ପରେ ଗୃହ ଋଣ ଉପରେ ଇଏମଆଇ ଖସିବା ସମ୍ଭାବନା ରହିଛି। ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ବୈଠକରେ ଇକୋନମିକ ଡେଭଲମେଣ୍ଟ ଉପରେ ଆଲୋଚନା ହୋଇଥିଲା। ପରେ ବୈଠକରେ ରେପୋ ରେଟ୍‌ ହ୍ରାସ ପାଇଁ ନିଷ୍ପତ୍ତି ହୋଇଥିଲା।ଏବେ ରେପୋ ରେଟ୍‌ ୬.୫୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ହ୍ରାସ କରାଯାଇଛି। ରେପୋ ରେଟ୍‌ ଖସିବା ଦ୍ୱାରା ଗୃହ ଋଣ ଉପରେ ଇଏମଆଇ ଖସିବା ୨୦୨୦ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍‌ ହ୍ରାସ କରିଥିଲା। ଏହାପରେ ରେପୋ ରେଟ୍ ଧୀରେ ଧୀରେ ବୃଦ୍ଧି ପାଇ ୬.୫୦ ପ୍ରତିଶତରେ ପହଞ୍ଚିଥିଲା। ୨୦୨୫ ଆର୍ଥିକ ବର୍ଷରେ ପ୍ରକୃତ GDP ଅଭିବୃଦ୍ଧି ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା ଗତ ବର୍ଷ ୮.୨ ପ୍ରତିଶତ ଥିଲା । ଆଗାମୀ ବର୍ଷଗୁଡ଼ିକରେ ଏଊଚରେ ଉନ୍ନତି ହେବା ନେଇ ଆକଳନ କରାଯାଉଛି । ଉତ୍ପାଦନ କ୍ଷେତ୍ରରେ ଉନ୍ନତି ହୋଇଛି । ଖଣି କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଛି । ଗତ ତ୍ରୈମାସିକରେ PMI ସେବା ହ୍ରାସ ପାଇଛି । ଗ୍ରାମାଞ୍ଚଳରେ ଲୋକଙ୍କ ଆବଶ୍ୟକତା ବଢ଼ିଛି । ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ପୀତି ହାର ୪.୭ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି ।