ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ ସାଇଟ୍ ହ୍ୟାକ୍

ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ ସାଇଟ୍ ହ୍ୟାକ୍

ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା । ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ ସାଇଟ୍ ହ୍ୟାକ କଲେ ସାଇବର ଅପରାଧୀ ।  BENTO4D ନାଁରେ ରହିଛି ଏହି ୱେବ୍ ସାଇଟ୍ ।  ବିଭିନ୍ନ ପ୍ରକାର ବେଟିଂ ବା ଗ୍ୟାମ୍ବଲିଙ୍ଗ ଗେମ୍ ରହିଛି ଏହି ୱେବ୍ ସାଇଟରେ । ହ୍ୟାକକୁ ନେଇ ଚିନ୍ତାରେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌କୁ କ୍ଲିକ୍‌ କଲେ ଏକ ବେଟିଂ ସାଇଟ୍‌ ଖୋଲୁଛି । ମୋବାଇଲ୍‌ରେ ୱେବ୍‌ସାଇଟ୍‌ ଖୋଲିଲେ ‘ବେଣ୍ଟୋ-ଫୋର୍‌ ଡି’ ପରି ଏକ ବେଟିଂ ପ୍ଲାଟ୍‌ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା । ମାତ୍ର ଏହାକୁ କ୍ଲିକ୍‌ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ ।‌ଗତକାଲି ରାତିରୁ ଏହି ସାଇବର ଆଟାକ ସାମ୍ନାକୁ ଆସିଥିବା ବେଳେ ଏବେ ଚିନ୍ତାରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଓ ୮ ହଜାର ପାଖାପାଖି ରେଭେନ୍ସାଭିଆନ । କାରଣ ବିଶ୍ଵବିଦ୍ୟାଳୟର ଅନେକ ଗୁରୁତ୍ତ୍ୱପୂର୍ଣ ଏକାଡେମୀକ୍ ତଥ୍ୟ ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଏହି ରେଭେନ୍ସାର ଅଫିସିଆଲ୍ ୱେବ୍ ସାଇଟ୍ ରେ ଅପ୍ ଲୋଡ୍ କରାଯାଇଥିଲା।