କ୍ୟାମ୍ପସରେ ସୁରକ୍ଷା ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା କର୍ତ୍ତୃପକ୍ଷ

କ୍ୟାମ୍ପସରେ ସୁରକ୍ଷା ପାଇଁ ଡିସିପିଙ୍କୁ ଚିଠି

ରେଭେନ୍ସା କ୍ୟାମ୍ପସରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାକୁ ଯୋଗାଇବାକୁ ଚିଠି ଲେଖିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କଟକ ଡିସିପିଙ୍କୁ ଚିଠି ଲେଖି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି ରେଭେନ୍ସା ରେଜିଷ୍ଟ୍ରାର। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଆନ୍ଦୋଳନ ପାଇଁ କ୍ୟାମ୍ପସରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପଶୁଛନ୍ତି । ଏହା କ୍ୟାମ୍ପସରେ ଶିକ୍ଷା ବାତାବରଣକୁ ନଷ୍ଟ କରୁଛି । ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ ଚିଠିରେ କହିଛନ୍ତି । ଗତକାଲି କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ବିଭିନ୍ନ ଛାତ୍ର ସଂଗଠନର ମଶାଲ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ସେପଟେ ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ବିଜେଡି ବିଧାୟକ ବ୍ୟୋମକେଶ ତ୍ରିପାଠୀ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀବ୍ର ହେଉଛି । ଦାନା ବାନ୍ଧୁଛି ବିରାଟ ଆନ୍ଦୋଳନ । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ ବ୍ୟୋମକେଶ । ବିଜେଡିକୁ କାଉଣ୍ଟର କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମତ ବ୍ୟକ୍ତିଗତ । ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଯେଉଁମାନେ ରିମୋର୍ଟରେ ପରିଚାଳିତ ହେଉଛନ୍ତି ସେମାନେ ବିରୋଧ କରୁଛନ୍ତି । ଟଙ୍କଧରଙ୍କୁ କାଉଣ୍ଟର କରିଥିଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ ପଚାରିଥିଲେ, ଆପଣ ମାନୁଛନ୍ତି କି ରେଭେନ୍ସା ନାଁ ପରିବର୍ତ୍ତନ ଅଫିସିଆଲ୍ ଷ୍ଟେଟମେଣ୍ଟ । କଟକବାସୀଙ୍କ ଭାବନା ସହ ଖେଳନ୍ତୁନି ବୋଲି କହିଥିଲେ ସୋଫିଆ ।

Leave a Reply

Your email address will not be published. Required fields are marked *