କେଉଁ କେଉଁ ସ୍ଥାନରେ ହେବ ରାବଣପୋଡ଼ି
ଚଳିତ ବର୍ଷ ୧୦ଟି ସ୍ଥାନରେ ହେବ ରାବଣପୋଡି । ୧୦ଟି ମଣ୍ଡପକୁ ରାବଣ ପୋଡି ପାଇଁ ଅନୁମତି ମିଳିଛି । ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ ରୋଡ଼ ଏବଂ ଚନ୍ଦକା ପୂଜା ମଣ୍ଡପକୁ ଅନୁମତି ମିଳିଛି । ସେହିପରି ସିମୁଳିଆ ପାଟଣା ଦୋଳ ଯାତ୍ରା ପଡ଼ିଆ ଏବଂ କପିଳ ପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ମଧ୍ୟ ହେବ ରାବଣପୋଡି । ଏଥିପାଇଁ ସମସ୍ତ ନିୟମ ମାନିବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୋଲିସ । ସମସ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ଆଲର୍ଟରେ ରହିବାକୁ ନିର୍ଦେଶ ଦିଆଯାଇଛି । ସେପଟେ ରାବଣପୋଡ଼ି ନେଇ କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଦର୍ଶକ ରାବଣ ପୋଡ଼ି ଠାରୁ ୧୦୦ ମିଟର ଦୂରରେ ରହିବେ ।
ରାବଣପୋଡିରେ କେବଳ ଅନୁମତିପ୍ରାପ୍ତ ବାଣ ଫୁଟାଇ ପାରିବେ । ପବନର ବେଗ ଘଣ୍ଟାପ୍ରତି ୫୦କିମିରୁ ଅଧିକ ଥିଲେ ବାଣ ଫୁଟାକୁ ବାରଣ କରାଯାଇଛି । ଅଳ୍ପ ସଂଖ୍ୟକ କର୍ମଚାରୀ ରାବଣପୋଡି କାର୍ଯ୍ୟରେ ନିୟୋଜିତ ରହିବେ । ହସ୍ପିଟାଲ, ନର୍ସିଂହୋମ୍ ଓ ସ୍କୁଲର ୨୫୦ ମିଟର ପରିଧିରେ ବାଣଫୁଟା ମନା ।ଉତ୍ସବ ସ୍ଥଳର ୨୦ ମିଟର ପରିଧିରେ ବିଦ୍ୟୁତିକ ସଂରଞ୍ଜାମ ରଖିବା ଉପରେ କଟକଣା ଲଗାଯାଇଛି । ଅଗ୍ନି ନିରାପତ୍ତାର ସମସ୍ତ ସରଞ୍ଜାମ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।