ପୁଣିଥରେ ଖୋଲିବ ରତ୍ନଭଣ୍ଡାର

ଜୁଲାଇ ୧୮ରେ ପୁଣିଥରେ ଖୋଲାଯିବ ଭିତର ରତ୍ନଭଣ୍ଡାର

ପୁଣିଥରେ ଖୋଲିବ ରତ୍ନଭଣ୍ଡାର । ଆସନ୍ତା ଜୁଲାଇ ୧୮ ତାରିଖରେ ପୁଣିଥରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ । ଏନେଇ ଆଜି ବୈଠକ ପରେ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ସେ କହିଛନ୍ତି, ଗୁରୁବାର ଦିନ ପୁଣିଥରେ ରତ୍ନଭଣ୍ଡାର ଖୋଲାଯିବ । ସକାଳ ୯ଟା ୫୧ରୁ ୧୨.୧୫ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯିବ । ଏନେଇ ଶୁଭବେଳା ଧାର୍ଯ୍ୟ ହେଇଛି । ଏଥିସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସବୁ ଜିନିଷ ପ୍ରସ୍ତୁତ କରି ରଖିଛୁ । ପୁଣିଥରେ ରତ୍ନଭଣ୍ଡାର ଖୋଲାଯିବ । ଗତଥର ଭିତର ରତ୍ନଭଣ୍ଡାର ଖୋଲିବା ସମୟରେ ପୁରୁଣା ତାଲା ଭଙ୍ଗାଯାଇଛି । ଭିତର ରତ୍ନଭଣ୍ଡାରରେ ଏବେ ନୂଆ ଦୁଇଟି ତାଲା ପଡିଛି । ଦୁଇଟି ନୂଆ ତାଲାର ଚାବି ଟ୍ରେଜେରୀରେ ରହିଛି । ଟ୍ରେଜେରୀରୁ ଚାବି ନେଇ ପୁଣିଥରେ ରତ୍ନଭଣ୍ଡାର ତାଲା ଖୋଲାଯିବ ।

Leave a Reply

Your email address will not be published. Required fields are marked *