ମାର୍ଚ୍ଚ ୨୫ରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି
ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସଓପି ଅନୁଯାୟୀ ହେବାକୁ ଥିବା ପ୍ରକ୍ରିୟା ସମ୍ପର୍କରେ ବୈଠକରେ ଆଲୋଚନ । ରତ୍ନଭଣ୍ଡାର ତଦାରଖ କମଟି ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ବୈଠକ । ମାହେନ୍ଦ୍ର ବେଳା ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ୧୨.୧୨ ରୁ ୧.୪୫ ମଧ୍ୟରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ।୧୯୭୮ ମସିହାରେ ୭୨ ଦିନ ଗଣତି ମଣତି ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ଏସପି, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ପରିଚାଳନା କମିଟିର 5 ଜଣ ସେବକ ପ୍ରତିନିଧି, ଛତିଶାନିଯୋଗ ମହାନାୟକ, ଭଣ୍ଡାର ମେକାପ, ତଢାଉକରଣ, ଦେଉଳକରଣ ବୈଠକରେ ଉପସ୍ଥିତ ଅଛନ୍ତି ।ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଚୂଡାନ୍ତ ଏସଓପି ଅନୁଯାୟୀ ଆସନ୍ତା 25 ତାରିଖରୁ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ କିଭଳି ଏହି ପ୍ରକ୍ରିୟା ରହିବ ସେନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିର ବୈଠକରେ ଆଲୋଚନା ହେବ ।
ତିନୋଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ସେହି ସମୟରେ ବାହାର କାଠରୁ ଭକ୍ତମାନେ ଦର୍ଶନ କରିପାରିବେ ।ଶନିବାର, ରବିବାର ଗହଳି ଦିନ ସମେତ ବିଶେଷ ପର୍ବପର୍ବାଣି ସମୟରେ ଗଣତିମଣତି ବନ୍ଦ ରହିବ ବୋଲି କୁହାଯାଇଛି । ସେପଟେ 1978 ମସିହାର ଗଣତିମଣତି ରିପୋର୍ଟ ସହ ବର୍ତ୍ତମାନ ଭିତର ରତ୍ନଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର ମେଳକ କରାଯିବ।ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲଭେଟ କନାରେ ଗୁଡ଼ାଯାଇ ଟିଣ ବାକ୍ସ ଓ ପରେ ତାକୁ ସିଦୁକରେ ରଖାଯିବ । ରୌପ୍ୟ ଅଳଙ୍କାର ଧଳା ବା ସିଲଭର ରଙ୍ଗ ଓ ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ । କେବଳ ମେଳକ ,ଗଣତି କରାଯିବ । କୌଣସି ମୂଲ୍ୟାୟନ ହେବ ନାହିଁ । କେବେ ସଂପୂର୍ଣ୍ଣ ଗଣତି ମଣତି ସରିବ କହି ହେବ ନାହିଁ । ପାରମ୍ପରିକ ବସ୍ତ୍ର ପିନ୍ଧି ହେବ ଗଣତି ମଣତି ହେବ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ supervising team ଓ handling team ଏହିଭଳି ଦୁଇଟି ଟିମ୍ ଗଠିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ supervising team ର ଅଧ୍ୟକ୍ଷ ରହିଥିବାବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ,ଜଣେ ସେବାୟତ ସଦସ୍ୟ ରହିଛନ୍ତି । ସେହିପରି handling team ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ,ପାଟଯୋଶୀ ମହାପାତ୍ର,ଭଣ୍ଡାର ମେକାପ , ତଢ଼ଉକରଣ,ଦେଉଳକରଣ,ଶ୍ରୀମନ୍ଦିର ବଣିଆ ସେବକ ,ଦୁଇ ଜଣ ସ୍ଵର୍ଣ୍ଣକାର,ଦୁଇ ଜଣ jemologist,ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ ।
ବିଶେଷ ଦିନ,ପର୍ବ ପର୍ବାଣୀ ,ଶନିବାର ଓ ରବିବାର ଦିନ ଗଣତି ମଣତି ହେବ ନାହିଁ । ପ୍ରତି ମାସର ସ୍ଵତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତି ହେବ । ହାଇକୋର୍ଟ ଗଣତି ମଣତି ଶେଷ ପାଇଁ ୩ ମାସ ସମୟ ଦେଇଛନ୍ତି । E – Catalogging ହେବ । ସଂପୂର୍ଣ୍ଣ ସ୍ୱଚ୍ଛତାର ଏହି ଗଣତି ମଣତି ହେବ । ୧୯୭୮ ମସିହାରେ ୭୨ ଦିନ ଗଣତି ମଣତି ହୋଇଥିଲା । ଅଳଙ୍କାର ଓଜନ କରାଯିବ କିନ୍ତୁ ମୂଲ୍ୟାୟନ କରାଯିବନାହିଁ । ଭିତର ରତ୍ନଭଣ୍ଡାରର ଗଣତିମଣତି ଦିନ ଟ୍ରେଜେରୀରୁ ଚାବି ଆସିବ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲିବ ଏବଂ ବନ୍ଦ କରାଯିବ ।
