ପୁଣି ଗଡିଲା ମହାପ୍ରଭୁଙ୍କୁ ରଥ

ଘର୍ଘର ନାଦରେ ଗଡିଲା ନନ୍ଦିଘୋଷ

ଆଜି ପୁଣି ଗଡ଼ିଲା ମହାପ୍ରଭୁଙ୍କୁ ରଥ । କାଲିଠୁ ବଡ଼ଦାଣ୍ଡରେ ଅଟକି ରହିଥିଲା ୩ ରଥ । ଏହି ୩ ରଥ ପୁଣି ଥରେ ଟଣା ହୋଇଛି । ଗତକାଲିଠୁ ରଥ ଟାଣିବାକୁ ଅପେକ୍ଷା କରି ରହିଥିଲେ ଭକ୍ତ । ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ । କାଲିଠାରୁ ଜନ୍ମବେଦୀରେ ଦର୍ଶନ ଦେବେ ମହାପ୍ରଭୁ । ଗତକାଲି ରଥ ପହଞ୍ଚି ପାରିନଥିବାରୁ ସକାଳ ୯ଟା ୩୦ରୁ ପୁଣି ରଥଟଣା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ, ଅବକାଶ ନୀତି ପରେ ଦ୍ଵିତୀୟ ଦିନରେ ରଥଟଣା ହୋଇଛି । ସେପଟେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ରଥ ଟାଣୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏବେ ନୀଳକନ୍ଦର ଛାଡ଼ି ବଡ଼ଦାଣ୍ଡରେ ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ବନିୟନ୍ତା । ଧରାପୃଷ୍ଠରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହେଉଛି । ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସିଛନ୍ତି ଦେବାଲୋକ । ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସିଛନ୍ତି ଦେବାଲୋକ । ତା’ ସାଙ୍ଗକୁ ତାଳ ଦେଉଛି ଘଣ୍ଟଘଣ୍ଟା ଓ ଶଙ୍ଖନାଦ । ମହାପ୍ରଭୁଙ୍କ ଆଶିଷ ଲାଭ କରୁଛନ୍ତି ଭକ୍ତ।