ଟାହିଆ ହଲେଇ ଆସୁଛି କାଳିଆ ଠାକୁର

ଟାହିଆ ହଲେଇ ଆସୁଛି କାଳିଆ ଠାକୁର

ଟାହିଆ ହଲେଇ ଆସୁଛି କାଳିଆ ଠାକୁର। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ  ପହଣ୍ଡିରେ ରୁଢାରୁଣ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ସବା ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ । କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତ ଖୁସିରେ କାନ୍ଦି ପକାଇଛନ୍ତି। ଶରଧାବାଲିରେ ଶ୍ରୀବିଗ୍ରହଙ୍କୁ ବାହୁଡ଼େଇ ଆଣିବା ପାଇଁ ଭକ୍ତଙ୍କ ସମାଗମ ଧିରେ ଧିରେ ବଢ଼ିବାରେ ଲାଗିଛି । ସେହି ଭାବ ବିନୋଦିଆ କାଳିଆ ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ । ରଥ, ପ୍ରସ୍ତୁତ, ପଥ ବି ପ୍ରସ୍ତୁତ କେବଳ ଅପେକ୍ଷା ତିନି ରଥକୁ ବିରାଜମାନ । ଆଉ ଗୁଣ୍ଡିଚା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶ କର୍ମେ ରଥଟଣା ଆରମ୍ଭ ହେବ ।