ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ

ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ

ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ । ଭାରତୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନର ବିରଳ ମେଲାନିଷ୍ଟିକ୍ କଳା ବାଘର ଛବି ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ।ନ୍ୟାସନାଲ୍ ଜିଓଗ୍ରାଫିକ୍ ଏକ୍ସପ୍ଲୋରର୍ ଓ ଫଟୋଗ୍ରାଫର୍ ପ୍ରସେନଜିତ ଯାଦବ ବିରଳ କଳା ବାଘକୁ ତାଙ୍କ କ୍ୟାମେରା ଲେନସରେ ତୋଳି ଧରିଥିଲେ । ନାଗପୁରରୁ ଜଣେ ମଲିକ୍ୟୁଲାର ଜୀବବିଜ୍ଞାନୀରୁ ବନ୍ୟଜନ୍ତୁ ବିଶେଷଜ୍ଞ ପାଲଟିଥିବା ପ୍ରସେନଜିତ ଯାଦବ ଶିମିଳିପାଳ ବାଘ ଆଶ୍ରୟସ୍ଥଳୀର T12 ନାମକ କଳା ବାଘକୁ ଟ୍ରାକ୍ କରିଥିଲେ ।ଏଥିପାଇଁ ତାଙ୍କୁ ୧୨୦ ଦିନରୁ ଅଧିକ ସମୟ ଲାଗିଥିଲା। ଏହା ପ୍ରସେନଜିତ ଯାଦବଙ୍କର ପ୍ରଥମ ନ୍ୟାସନାଲ୍ ଜିଓଗ୍ରାଫିକ୍ କଭର । ଯାହା ତାଙ୍କୁ ପତ୍ରିକାର ୧୩୫ ବର୍ଷର ଇତିହାସରେ ସମ୍ମାନିତ ଭାରତୀୟ ଫଟୋଗ୍ରାଫରଙ୍କ ମଧ୍ୟରେ ସ୍ଥାନ ଦେଇଛି। ପତ୍ରିକାର କଭରରେ ଦେଖାଯାଇଥିବା ବାଘରେ ଏକ ବିରଳ ମେଲାନିଜିମ ମ୍ୟୁଟେସନ୍ ରହିଛି ।ଯାହାକି ବାଘର ସୁନେଲି ପରସ୍ତକୁ ପ୍ରାୟ ଢାଙ୍କି ଦେଇଥାଏ । ଦୂରରୁ ଏହା “କଳା ବାଘ” ବୋଲି ଲାଗେ। ଏହି ବୈଶିଷ୍ଟ୍ୟ କେବଳ ଶିମିଳିପାଳରେ ଦେଖାଯାଏ । ଶିମିଳିପାଳରେ ପ୍ରାୟ ୩୦ଟି ବାଘରେ ଏହି ପ୍ରଭାବ ରହିଛି। ଶିମିଳିପାଳ ଅଞ୍ଚଳରେ ସୀମିତ ଜିନ୍ ପୁଲ୍ ଏହି ମ୍ୟୁଟେସନର ପ୍ରମୁଖ କାରଣ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *