ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ

ଜର୍ମାନ ଯୁବତୀ ଦୁଷ୍କର୍ମ ଅଭିଯୁକ୍ତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ

ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । କ୍ୟାନସରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ୨୦୦୬ରେ ଚର୍ଚ୍ଚାକୁ ଆସିଥିଲେ । ବିତ୍ତିହୋତ୍ରଙ୍କ ନାଁରେ ସେତେବେଳେ ଜଣେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ଏଇ ଅଭିଯୋଗରେ ବିତ୍ତିଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ । ଶୁଣାଣିର ମାତ୍ର ୯ ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ହୋଇଥିଲା । ତାଙ୍କୁ ୭ ବର୍ଷ ଜେଲ୍ ଏବଂ ୧୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ । ପରେ ମା’ଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର । ତେବେ ଆଉ ଜେଲ ନଫେରି ଫେରାର ହୋଇଯାଇଥିଲା ।ପାରୋଲ ଅବଧି ଶେଷ ପରେ ବି ଆଉ ଜେଲ୍ କୁ ଫେରିନଥିଲେ । ଦୀର୍ଘ ୭ ବର୍ଷ ଫେରାର ରହିବା ପରେ ୨୦୧୩ରେ କେରଳରୁ ଧରାପଡ଼ିଥିଲେ ବିତ୍ତିହୋତ୍ର ।

Leave a Reply

Your email address will not be published. Required fields are marked *