ସର୍ବସାଧାରଣରେ ଶୋଭା ପାଇବ ରାମୁ ହାତୀ କଙ୍କାଳ
ସର୍ବସାଧାରଣରେ ଶୋଭା ପାଇବ ରାମୁ ହାତୀ କଙ୍କାଳ । ଚନ୍ଦକା ଜଙ୍ଗଲର ଚର୍ଚ୍ଚିତ ମୃତ ହାତୀ ରାମୁକୁ ସବୁ ଦିନ ମନେ ପକାଇବା ପାଇଁ ଚାଲିଛି ପ୍ରୟାସ । ଚନ୍ଦକା ଜଙ୍ଗଲରେ ମାଟି ତଳେ ପୋତା ଯାଇଥିବା ରାମୁର କଙ୍କାଳ କରାଯାଇଛି ଉଦ୍ଧାର । ପ୍ରାଣୀ ବିଜ୍ଞାନୀ ଡ. ଶିବ ପ୍ରସାଦ ପରିଡ଼ାଙ୍କ ନେତୃତ୍ଵରେ୨୫ ଜଣିଆ ବିଶେଷଜ୍ଞ ଟିମ ଉଦ୍ଧାର କରିଛନ୍ତି କଙ୍କାଳ। ଚନ୍ଦକା ରେଞ୍ଜର ଧ୍ୟାନ ଟୁଡୁ, ଭୁବନେଶ୍ୱର AIIMS ଫୋରେନ୍ସିକ ମେଡିସିନ ବିଭାଗର ପ୍ରଫେସର ଡାକ୍ତର ସୁଦୀପ୍ତ ରଞ୍ଜନ ସିଂହଙ୍କ ସମେତ ମୋଟ ୨୫ ଜଣ ସାମିଲ ହୋଇ ମାଟି ତଳୁ ରାମୁର ୨୦୦ରୁ ଅଧିକ ହାଡ଼କୁ ସୁରକ୍ଷିତ ଭାବେମାଟିତଳୁ କାଢିଛନ୍ତି ।ହାତୀର ଗୋଟି ଗୋଟି କଙ୍କାଳକୁ ଖଞ୍ଜି ପ୍ରଦର୍ଶିତ କରାଯିବ। ଗୋଡ଼ିବାରୀ ପ୍ରକୃତି ନିବାସରେ ଶୋଭା ପାଇବ ଏହି କଙ୍କାଳ । ଚନ୍ଦକାଜଙ୍ଗଲରେ ରାମୁ ହାତୀର ବିଦ୍ୟୁତ ଆଘାତ ଲାଗି ଗତବର୍ଷ ମୃତ୍ୟୁ ହୋଇଥିଲା । ରାମକୁ ୪୦ ବର୍ଷ ବୟସ ହୋଇଥିଲା । ଶାନ୍ତ ସ୍ବଭାବର ରାମୁକୁ ଚନ୍ଦକା ଜଙ୍ଗଲର ଆଖ ପାଖ ଲୋକ ବେଶ ଆଦର କରୁଥିଲେ । ଶିକ୍ଷା ଓ ପର୍ଯ୍ୟଟନ ଦୃଷ୍ଟିରୁ ରାମୁ କଙ୍କାଳ ପ୍ରଦର୍ଶନ କରି ହାତୀ ସମ୍ପର୍କରେ ପରବର୍ତ୍ତୀ ପିଢ଼ିକୁ ଅବଗତ ପାଇଁ ଚୟନ କରଯାଇଥିଲା । ଯାହାକୁ ନେଇ ବନ ବିଭାଗ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି ।
