ଆଜି ପବିତ୍ର ରାମନବମୀ

ରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ଆଜି ପବିତ୍ର ରାମନବମୀ । ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବ ଭାବେ ପାଳିତ ହେଉଥିବା ପବିତ୍ର ରାମ ନବମୀକୁ ନେଇ ସମଗ୍ର ରାଜ୍ୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ପବିତ୍ର ରାମ ନବମୀ ଅବସରରେ ଗୁଞ୍ଜିଉଠୁଛି ଜୟ ଶ୍ରୀରାମ ଧ୍ୱନି । ଶ୍ରୀରାମଙ୍କ ଜନ୍ମୋତ୍ସବକୁ ନେଇ ଭକ୍ତମାନଙ୍କ ମନରେ ଅପାର ଆନନ୍ଦ ଓ ଆସ୍ଥାର ବହୁଛି । ସକାଳୁଠାରୁ ମନ୍ଦିରମାନେ ଭକ୍ତମାନଙ୍କର ଲମ୍ବା ଲାଇନ । ହାତରେ ଫୁଲ, ଧୂପ ଓ ପ୍ରସାଦ ନେଇ ଭଗବାନ ଶ୍ରୀରାମଙ୍କ ଦର୍ଶନ ପାଇଁ ଅତ୍ୟନ୍ତ ଆତୁର ଶ୍ରଦ୍ଧାଳୁମାନେ । ପୂଜାର୍ଚ୍ଚନା, ଭଜନ କୀର୍ତନ ଓ ରାମାୟଣ ପାଠରେ ମଗ୍ନ ହୋଇଯାଇଛି ସମଗ୍ର ପରିବେଶ ।

Leave a Reply

Your email address will not be published. Required fields are marked *