ରାକ୍ଷୀ ବଜାରରେ ଜମିଲାଣି ଗହଳି
ଆସୁଛି ରାକ୍ଷୀ ପୁନେଇ । ଭାଇ ହାତରେ ସମ୍ପର୍କର ଡୋରୀ ବାନ୍ଧିବ ଭଉଣୀ । ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେଲେଣି । ତେବେ ମିନି କଲିକତା ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବଜାରରେ ବେଶ ଜମିଲାଣି ରାକ୍ଷୀ ବେପାର । ଚଳଚଂଚଳ ହେଲାଣି ଜଟଣୀର ହୋଲସେଲ ରାକ୍ଷୀ ବଜାର । ଗ୍ରାହକଙ୍କ ପସନ୍ଦ ଅନୁସାରେ ଚଳିତ ବର୍ଷ ଷ୍ଟୋନ ରାକ୍ଷୀ, ଜଗନ୍ନାଥ ରାକ୍ଷୀ, ଟେଡ଼ି ରାକ୍ଷୀ, ଧାନ ଓ ଚାଉଳରେ ପ୍ରସ୍ତୁତ ରାକ୍ଷୀ, ବ୍ରେସଲେଟ ରାକ୍ଷୀ ଭଳି ବିଭିନ୍ନ ପ୍ରକାରର ରାକ୍ଷୀ ସଜାଇ ରଖିଛନ୍ତି ବ୍ୟବସାୟୀ । ରାକ୍ଷୀକୁ ନେଇ ଅନେକ କାହାଣୀ ଓ ଚଳଚିତ୍ର ମଧ୍ୟ ହୋଇଛି । ଅନେକ ବାର୍ତ୍ତା ମଧ୍ୟ ଦେଇଛି ଏହି ରାକ୍ଷୀ । ସୀମାନ୍ତରେ ହେଉ ଅବା ବିଦେଶରେ ଭଉଣୀ ହାତର ରାକ୍ଷୀ ବାନ୍ଧିବା ପାଇଁ ଚାହିଁ ବସିଥାଏ ଭାଇ । ତେଣୁ ଏବେଠୁ ଦୂରରେ ରହୁଥିବା ଭାଇ ମାନଙ୍କ ପାଇଁ ଡାକ ଯୋଗେ ହେଉ ଅବା କୋରିଅରରେ ଭଉଣୀ ରାକ୍ଷୀ ପଠାଇବା ଆରମ୍ଭ କଲେଣି । ତେଣୁ ବ୍ୟବସାୟ ମଧ୍ୟ ଧିରେ ଧିରେ ବଢ଼ିଲାଣି ।
