୧୨ଟି ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍

ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ

ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ । ଓଡ଼ିଶା ସମେତ ଦେଶର ୯ ରାଜ୍ୟରେ ଖାଲି ପଡିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପଡିବ ଭୋଟ୍ । ଏନେଇ ନିର୍ବାଚନ ଆୟୋଗ ବୁଧବାର ତାରିଖ ଘୋଷଣା କରିଛନ୍ତି । ବିଜ୍ଞପ୍ତି ମୁତାବକ, ଆସନ୍ତା ଅଗଷ୍ଟ ୧୪ ତାରିଖରେ ରାଜ୍ୟସଭା ନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଅଗଷ୍ଟ ୨୧ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଏହାପରେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ପଡିବ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି । ଏହାପରେ ଭୋଟ୍ ଗଣନା କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

ତେବେ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ, ଓଡିଶାର ଗୋଟିଏ ରାଜ୍ୟସଭା ଆସନ ପାଇଁ ମଧ୍ୟ ଭୋଟ୍ ପଡିବ ।

Leave a Reply

Your email address will not be published. Required fields are marked *