ବିଜେପି ଫୋକସରେ ଓଡ଼ିଶା, ହେଭିୱେଟଙ୍କ ଘନଘନ ଓଡ଼ିଶା ଗସ୍ତ

ଆଜି ଆସୁଛନ୍ତି ରାଜନାଥ ସିଂ, ଭୂପେନ୍ଦ୍ର ଯାଦବ

ବିଜେପି ଫୋକସରେ ଓଡ଼ିଶା । ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି ବିଜେପି ହେଭିୱେଟ । ଆଜି ଆସୁଛନ୍ତି ରାଜନାଥ ସିଂ, ଭୂପେନ୍ଦ୍ର ଯାଦବ । ପୁରୀ ରଣପୁରରେ ପ୍ରଚାର କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କଳାହାଣ୍ଡି ଯିବେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଘେରିବାକୁ ବିଜେପିର କେନ୍ଦ୍ରୀୟଙ୍କ ନେତୃତ୍ୱଙ୍କ ବିସ୍ତୃତ ରୋଡ୍ ମ୍ୟାପ୍। ୨୪ ମହାସମରରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ଓଡ଼ିଶା ଆସୁଛନ୍ତି ଜଣକ ପରେ ଜଣେ ପଦ୍ମ ଦଳର ତୁଙ୍ଗ ନେତା। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଦ୍ ଆଜି ଓଡ଼ିଶା ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ନିର୍ବାଚନମଣ୍ଡଳୀ ଯାଇ ନିର୍ବାଚନ ପ୍ରଚାର କରିବେ। ଅପରାହ୍ନ ୫ଟାରେ ରଣପୁର ଥାନା ସମ୍ମୁଖ ପଞ୍ଚୁଦୋଳ ପଡିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ରାଜନାଥ। ସେହିପରି କଳାହାଣ୍ଡି ଯିବେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଦିନ ୧୧ଟାରେ ଧର୍ମଗଡ଼ କଲେଜ ପଡିଆ ଏବଂ ଅପରାହ୍ନ ସାଢେ ୩ଟାରେ ଜୟପାଟଣାଠାରେ ନିର୍ବାଚନ ପ୍ରଚାର କରିବେ ଭୂପେନ୍ଦ୍ର ଯାଦବ।