ବିଜେପି ବଡ଼ ଚେହେରାଙ୍କ ଘନଘନ ଓଡ଼ିଶା ଗସ୍ତ

୮ରେ ରାଜନାଥ ସିଂ, ୧୨ରେ ଆସିବେ ଶାହ

ବିଜେପି ଫୋକସରେ ଓଡ଼ିଶା । ବଡ଼ ଚେହେରାଙ୍କ ଘନଘନ ଓଡ଼ିଶା ଗସ୍ତ । ଆସନ୍ତା ୮ତାରିଖରେ ଆସିବେ ରାଜନାଥ ସିଂ । ୧୨ତାରିଖରେ ପୁଣି ଆସିବେ ଅମିତ ଶାହ । କିଛି ଦିନ ପୂର୍ବରୁ ବ୍ରହ୍ମପୁରକୁ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଅମିତ ଶାହ । ବିଜେଡି ସରକାରକୁ ଉପାଡି ଫିଙ୍ଗିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ସେପଟେ ଆଜି ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୦ ତାରିଖରେ ପୁଣି ଆସିବେ ମୋଦି । କାଲି ବ୍ରହ୍ମପୁର, ନବରଙ୍ଗପୁରରେ ରହିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ସେହିପରି ୧୦ ଓ ୧୧ ତାରିଖରେ ପ୍ରଚାରର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ୱରରେ କରିବେ ରୋଡ ଶୋ’ ।