ରାଜୀବଗାନ୍ଧୀ ଷ୍ଟାଡିୟମ ଆନ୍ଦୋଳନକୁ ମାସେ !

କେକ୍ କାଟି ସରକାରଙ୍କୁ ନିଆରା ପ୍ରତିବାଦ ଜଣାଇଲେ କ୍ରିଡାବିତ୍ !

ଆନ୍ଦୋଳନକୁ ପୁରିଲା ଏକମାସ । ହେଲେ ବାହାରିଲାନି କୌଣସି ସମାଧାନ । ବାଧ୍ୟହୋଇ କେକ କାଟି ନିଆରା ପ୍ରତିବାଦ କଲେ ଆନ୍ଦୋଳନକାରୀ । ତେବେ ଘଟଣାଟି କହୁଛୁ ବ୍ୟାସନଗର ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମ ସମ୍ମୁଖରେ ଚାଲିଥିବା କ୍ରୀଡ଼ାବିତଙ୍କ ଆନ୍ଦୋଳନ । ଆଜିକୁ ଏହି ଆନ୍ଦୋଳନ ଏକମାସରେ ପହଞ୍ଚିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସମାଧାନର ସୂତ୍ର ମିଳିପାରିଲା ନହିଁ । ଦାବି ପୁରଣ ନହେବା ଫଳରେ କେକ କାଟି ସରକାରଙ୍କୁ ଧନ୍ୟବାଦ ଦେଲେ କ୍ରୀଡ଼ାବିତ ।

ସୂଚନା ଅନୁସାରେ ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ବରିଷ୍ଠ କ୍ରୀଡ଼ାବିତ ବଜ୍ରବହୁ ସାମନ୍ତ କେଶରୀ ସାମଲ ଧାରଣାରେ ବସିରହିଛନ୍ତି । ତେବେ ଏକ ମାସ ବିତିଗଲେବି ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାରୀ କ୍ରୀଡ଼ାବିତ ଦାବିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଯାହାକୁ ପ୍ରତିବାଦ କରି ଆଜି ଅନେକ କ୍ରୀଡ଼ାବିତ ଓ ବୁଦ୍ଧିଜୀବି ସରକାରଙ୍କୁ ନିନ୍ଦା କରିବା ସହିତ ଦାବି ପ୍ରତି ସରକାର ଦୃଷ୍ଟି ନଦେବାରୁ କେକ କାଟି ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହିତ ଯେ ପର୍ଯ୍ୟନ୍ତ ସରକାର ଷ୍ଟାଡିୟମର ବିକାଶ କରିନାହାଁନ୍ତି ଆନ୍ଦୋଳନ ଜାରୀ ରହିବ ବୋଲି ବରିଷ୍ଠ କ୍ରୀଡ଼ାବିତ ଶ୍ରୀ ସାମଲ ଚେତାବନୀ ଦେଇଛନ୍ତି ।