ବଦଳିଲେ ବିଏମସି କମିଶନର, କାହିଁକି ଛୁଟିରେ ଗଲେ କୁଲାଙ୍ଗେ
ବଦଳିଲେ ବିଏମସି କମିଶନର । ରାଜେଶ ପ୍ରଭାକର ପାଟିଲ ହେବେ ବିଏମସିର ନୂଆ କମିଶନର । ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଅଚାନକ ଛୁଟିରେ ଯାଇଛନ୍ତି। ତାଙ୍କ ବଦଳରେ ରାଜେଶ ପାଟିଲଙ୍କୁ ବିଏମ୍ସି କମିଶନର ଦାୟିତ୍ୱ ଦିଆଯାଇଛି । ଏକ ମାସ ପାଇଁ ଛୁଟିରେ ଯାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ। ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ଏକ ମାସର ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ। ଯାହାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ତାଙ୍କ ବଦଳରେ ଆଉ ଜଣେ ପ୍ରଶାସନିକ ଅଧିକାରୀ ରାଜେଶ ପାଟିଲଙ୍କୁ ବିଏମ୍ସିର ନୂତନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦୫ ବ୍ୟାଚର ଏହି ଆଇଏଏସ ଅଫିସର ରାଜେଶ ପାଟିଲ ଅନେକ ଜିଲାରେ ଜିଲ୍ଲାପାଳ ଭାବେ କାମ କରି ଆସିଛନ୍ତି । କୋରାପୁଟ, କନ୍ଧମାଳ, ମୟୁରଭଞ୍ଜ ଜିଲାରେ ଜିଲ୍ଲାପାଳ ଭାବେ କାର୍ୟ୍ୟ କରିସାରିଛନ୍ତି ।