୩ ଦିନିଆ ରିମାଣ୍ଡରେ ରାଜା ଚକ୍ର
ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍ । ତାଙ୍କର ଅନ୍ୟ 2 ସହଯୋଗୀ ମଧ୍ୟ ରିମାଣ୍ଡରେ ଯିବେ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଲେ OPID କୋର୍ଟ । ପ୍ରକାଶ ଥାଉକି ରାଜା ଚକ୍ରଙ୍କୁ 5 ଦିନିଆ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲୁ ଆବେଦନ କରିଥିଲା । ଆଜି ତାଙ୍କୁ ଆଣି କୋର୍ଟରେ ହାଜର କରାଯାଇଥିଲା ।
