ରାଜା ଚକ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍

ରାଜା ଚକ୍ରଙ୍କୁ ଅନ୍ତରୀଣ ଜାମିନ୍

ରାଜା ଚକ୍ର ଓରଫ୍ ସୌମ୍ୟ ଶଙ୍କର ଚକ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍ । କେନ୍ଦୁଝର କୋର୍ଟରେ ଚାଲିଥିବା ସଦର ଥାନା ମାମଲାରେ କେନ୍ଦୁଝର ଜିଲ୍ଲା ଦୌରାଜଜ ୧୫ ଦିନ ପାଇଁ ସର୍ତ୍ତମୁଳକ ଜାମିନ୍ ପ୍ରଦାନ କରିଛନ୍ତି  । ରାଜା ଚକ୍ର ଙ୍କର ଶ୍ଵଶୁରଙ୍କ ମୃତ୍ୟୁ ପରେ ତାଙ୍କର ଶୁଦ୍ଧିକ୍ରିୟାରେ ଯୋଗ ଦେବାପାଇଁ ଜାମିନ୍‌ ହେଲା ମଞ୍ଜୁର । କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ଜାମିନ ଅବଧି ପରେ କୋର୍ଟରେ ଅତ୍ମସମର୍ପଣ କରିବା ନେଇ ରହିଛି ସର୍ତ୍ତ । ଏବେ ରାଜା ଚକ୍ର ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିର ଏଣ୍ଡ କୋପରେଟିଭ ସୋସାଇଟିର କୋଟି କୋଟି ଟଙ୍କାର ଆର୍ଥୀକ ଅନିୟମିତତା ମାମଲାରେ  EOW ତାଙ୍କୁ ମାର୍ଚ୍ଚ -୨୦୨୫ ରେ ଗିରଫ କରିଥିଲା ଓ ବର୍ତ୍ତମାନ ସେ ବାଲେଶ୍ଵର ଜେଲ୍ ରେ ଅଛନ୍ତି ।ଏଠାରେ ସୂଚନା ଯୋଗ୍ୟ ଯେ ରାଜା ଚକ୍ର ଗିରଫ ହେବା ପରେ ଏପ୍ରିଲ ୨୦୨୫ ରେ ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିର ଏଣ୍ଡ କୋପରେଟିଭ ସୋସାଇଟିର ର ଜଣେ ସଦସ୍ୟ ସୁଶାନ୍ତ ବାରିକ ରାଜା ଚକ୍ର ଙ୍କ ନାଁ ରେ ସଦର ଥାନାରେ ଏକ ମାମଲା ରୁଜୁ କରିଥିଲେ ପରବର୍ତୀ ସମୟରେ ଏହି କେଶ ଟି CID-CB କୁ ହସ୍ତାନ୍ତର ହୋଇଥିଲା ଓ ଏହି କେଶ ରେ ତାଙ୍କୁ ଜାମିନ ମିଳିଛି । ହେଲେ eow କିମ୍ବା ed ର କୌଣସି କେଶ ରେ ବର୍ତମାନ ସୁଦ୍ଧା ଜାମିନ ମିଳିଥିବାର ସୂଚନା ଆମର ହସ୍ତଗତ ହୋଇ ନାହିଁ । ତେଣୁ ରାଜା ଚକ୍ର ତାଙ୍କ ଶ୍ୱଶୁର ଙ୍କ ର ଶୁଦ୍ଧିକ୍ରୀୟା ରେ ଯୋଗ ଦେବା ନେଇ ଆଶଙ୍କା ପ୍ରକାଶ ପାଇଛି ।