ଜେଲକୁ ଫେରିଲେ ରାଜା ଚକ୍ର

ସରିଲା ରିମାଣ୍ଡ, ଜେଲକୁ ଫେରିଲେ ରାଜା ଚକ୍ର

ସରିଲା ରାଜା ଚକ୍ରଙ୍କ ରିମାଣ୍ଡ ଅବଧି। ଜେଲକୁ ଫେରିଲେ ରାଜା ଚକ୍ର। ବାଲେଶ୍ୱର ଓପିଆଇଡି କୋର୍ଟରେ ରାଜା ଚକ୍ର ହାଜର। ତିନି ଦିନ ରିମାଣ୍ଡ ଶେଷ ହେବା ପରେ କୋର୍ଟରେ ହାଜର କରିଥିଲା ଇଓଡବ୍ଲୁ। ହାଜର ପରେ ବିଚାର ବିଭାଗୀୟ ଅଦାଲତକୁ ଗଲେ ରାଜା ଚକ୍ର। ଏପ୍ରିଲ ୩ରେ ରାଜାଙ୍କ ଜାମିନ ନେଇ ହେବ ଶୁଣାଣି। ଗତ ୧୯ ତାରିଖରେ ତିନିଦିନ ପାଇଁ ରାଜା ଚକ୍ରକୁ ରିମାଣ୍ଡରେ ନେଇଥିଲା ଇଓଡବ୍ଲୁ। ଆଜି ଶେଷ ହୋଇଛି ରିମାଣ୍ଡ ଅବଧି। ସେପଟେ ରାଜା ଚକ୍ରଙ୍କ ପକ୍ଷରୁ ଜାମିନ ଆବେଦନ ହୋଇଥିବା ବେଳେ ଆସନ୍ତା ୩ତାରିଖରେ ଜାମିନ ସମ୍ପର୍କିତ ଶୁଣାଣି  କରିବେ ବୋଲି ମାନ୍ୟବର କୋର୍ଟ ପକ୍ଷରୁ ତାରିଖ ଧାର୍ୟ୍ୟ କରାଯାଇଥିବା ସୂଚନା।