୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ !
ଉପର ମୁଣ୍ଡରରେ ଲଗାଣ ବର୍ଷା ଯୋଗୁଁ ଫୁଲିଛି ହୀରାକୁଦ ଜଳ ଭଣ୍ଡାର । ତେବେ ବିପଦ ଆସିବା ପୂର୍ବରୁ ହିଁ ସଜାଗ ହୋଇଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ତେବେ ପ୍ରବଳ ବର୍ଷା ହେତୁ ଖୋଲାଯାଇଛି ହୀରାକୁଦ ଡ୍ୟାମର ଗେଟ । ପୂର୍ବରୁ ୨ଟି ଗେଟ ଖୋଲାଯାଇଥିବା ବେଳେ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଆଉ ୮ଟି ଗେଟ୍ ଖୋଲାଯାଇଥିବା ଦେଖିବାକୁ ମିଳିଛି । ଏବେ ମୋଟ୍ ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ । ଲଘୁଚାପ ଫଳରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି। ଯାହାକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇ ଗେଟ୍ ଖୋଲାଯାଇଛି ।
ତେବେ ଆଗାମୀ ସମୟରେ ଯଦି ବର୍ଷାର ପରିମାଣ ବଢେ ତେବେ ଆଉ ୨ଟି ଗେଟ୍ ଖୋଲଯିବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି ୬୨୮.୭୧ ଫୁଟ । ଜଳଭଣ୍ଡାରକୁ ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୭୨ ହଜାର ୧୯୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆଗାମୀ ସମୟରେ ବର୍ଷାର ପରିମାଣ ଦେଖି ସମସ୍ତ ପଦକ୍ଷେପ ନେବାପାଇଁ ତୟାର ଥିବା କହିଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ।