ଆଜିଠୁ ବଢିପାରେ ବର୍ଷା !

ପ୍ରଚଣ୍ଡ ବିଜୁଳି ଘଡଘଡି ନେଇ ସତର୍କ ସୂଚନା

ରାଜ୍ୟରେ ଜାରି ରହିଛି ଲଘୁଚାପର ପ୍ରଭାବ । ଯେଉଁଥିପାଇଁ ସାରା ରାଜ୍ୟରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଏହି ବର୍ଷାର ପରିମାଣ ଆଜିଠୁ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ବା ସିଷ୍ଟମର ପ୍ରଭାବ ନାହିଁ । ସେପଟେ ମୌସୁମୀ ନିମ୍ନ ଚାପରେଖା ବି ସ୍ବାଭାବିକ ଅବସ୍ଥାନରୁ ଉତ୍ତରକୁ ଢଳିକି ରହିଛି । ଏହାଦ୍ବାରା ରାଜ୍ୟ ମଧ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପ୍ରବେଶ କରୁଛି ।

ଏହା ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଆଜି ପ୍ରବଳ ବର୍ଷା ନେଇ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବର୍ଷା ହେଲେ ବି ଉପକୂଳ ଓଡ଼ିଶାରେ ଗରମ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ତେବେ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ହେଉଥିବା ଦେଖିବାକୁ ମିଳିଛି ।