୧୦୧ ବର୍ଷ ପରେ ଦିଲ୍ଲୀରେ ରେକର୍ଡ଼ ବର୍ଷା
ଦିଲ୍ଲୀରେ ରେକର୍ଡ଼ ଭାଙ୍ଗିଲା ବର୍ଷା। ୧୦୧ ବର୍ଷ ପରେ ଗୋଟିଏ ଦିନରେ ହୋଇଛି ସର୍ବାଧିକ ବର୍ଷା। ଶନିବାର ସକାଳ ସାଢେ ୮ଟା ମଧ୍ୟରେ ଦିଲ୍ଲୀରେ ୪୧ ଦଶମିକ ୨ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଯାହାକି ପୂର୍ବରୁ ହୋଇଥିବା ବର୍ଷା ତୁଳନାରେ ବହୁତ ଅଧିକ। ପୂର୍ବରୁ ୧୯୨୩ ମସିହା ଡିସେମ୍ବର ୩ ତାରିଖରେ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୭୫ ଦଶମିକ ୭ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ସେହିପରି ୧୯୦୧ ମସିହା ପରେ ଦିଲ୍ଲୀରେ ଡିସେମ୍ବର ମାସରେ ପଞ୍ଚମ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲେ ମଧ୍ୟ ବାୟୁ ପୂଦୂଷଣ କମିଯାଇଛି । ଦିଲ୍ଲୀରେ ଏକ୍ୟୁଆଇ ଏବେ ୧୫୨କୁ ଖସିଆସିଛି । ସେପଟେ ପ୍ରବଳ ଶୀତ ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। କେବଳ ଦିଲ୍ଲୀ ନୁହେଁ ଜମ୍ମୁ କାଶ୍ମୀରଠୁ ନେଇ ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି।