କୋରାପୁଟରେ ବର୍ଷା ବିତ୍ପାତ !

କୋରାପୁଟକୁ କାଳ ସାଜିଛି ତେଲେଙ୍ଗିରି ଡ୍ୟାମ !

କୋରାପୁଟରେ କାଳ ସାଜିଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପୁରା ଥପ ହୋଇଯାଇଛି । ଯାହାର ଦ୍ରୁଶ୍ଯ ଦେଖିଲେ ଆପଣ କହିବେ ଲଗାଣ ବର୍ଷା କୋରାପୁଟ ଜିଲ୍ଲାବାସୀଙ୍କ ଉପରେ ସତେ ଯେମିତି ଦାଉ ସାଧିଛି । କୋରାପୁଟରେ ଭୀଷଣ ବର୍ଷା ଯୋଗୁଁ ବଢୁଛି ଜିଲ୍ଲାରେ ଅବସ୍ଥିତ ତେଲେଙ୍ଗିରି ଜଳ ଭଣ୍ଡାର ଜଳ ସ୍ତର । ଜଳଭଣ୍ଡାରର ଗୋଟିଏ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି । ଡ୍ୟାମ ନିକଟକୁ ନଯିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ଏମିତିକି ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା ବି କରାଯାଇଛି । କିନ୍ତୁ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୩ ଘନମିଟର ରହିଥିବା ବେଳେ ଏପଯ୍ୟନ୍ତ ୬୩୨.୮ ଘନମିଟର ଜଳ ରହିଛି ।

ପ୍ରତି ସେକେଣ୍ଡରେ ୫୦ ଘନମିଟର ଜଳ ପ୍ରବେଶ କରୁଛି । ଗୋଟିଏ ଗେଟ ସାହାଯ୍ୟରେ ପ୍ରତି ସେକେଣ୍ଡରେ ୫୦ ଘନ ମିଟର ଜଳକୁ ନିଷ୍କାସନ କରାଯାଉଛି । ଆଗକୁ ଜଳ ଜଳସ୍ତର ବୃଦ୍ଧି ପାଇଲେ ଅନ୍ୟ ଏକ ଗେଟ ଖୋଲାଯିବ ବୋଲି କହିଛନ୍ତି ତେଲେଙ୍ଗିରି SDO ସୂଚନା ଦେଇଛନ୍ତି । ତେବେ ଡ୍ୟାମରୁ ନିଷ୍କାସିତ ବନ୍ୟାଜଳ ତଳିଆ ଅଞ୍ଚଳରେ ସୃଷ୍ଟିକରିଛି ଯମଯନ୍ତ୍ରଣା । କେଉଁଠି ଗାଁ ବୁଡିଯାଇଛି ତ , ଆଉ କେଉଁଠି ସଂପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଯାହାକୁ ନେଇ ଲୋକଙ୍କ ମନରେ ଭୟାର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଛି ।