ବିଭିନ୍ନ ରୁଟରେ ବଢିଲା ୧୧୬ କୋଚ ବଢାଇଲା ରେଲୱ

ବିମାନ ଯାତ୍ରୀଙ୍କୁ ସହାୟତାର ହାତ ବଢାଇଲା ରେଲ

ବିମାନ ଯାତ୍ରୀଙ୍କୁ ସହାୟତାର ହାତ ବଢାଇଲା ରେଲୱ । ଇଣ୍ଡିଗୋ ବିମାନ ବାତିଲ ଯୋଗୁଁ ଫସି ରହିଥିବା ଯାତ୍ରୀଙ୍କ ସହାୟତା ପାଇଁ ବିଭିନ୍ନ ରୁଟରେ ଚଳାଚଳ କରୁଥିବା ଯାତ୍ରୀବାହୀ ରେଳଗାଡିଗୁଡିକର ୧୧୬ଟି ଅତିରିକ୍ତ କୋଚ ଲଗାଇଛି ଭାରତୀୟ ରେଳବାଇ। ଦେଶର ବିଭିନ୍ନ ଜୋନରେ ଚାଲୁଥିବା ୩୭ଟି ଟ୍ରେନରେ ଏହି କୋଚଗୁଡିକ ଲଗାଯାଇଛି ।ସେହିପରି ବିମାନ ବାତିଲ ଯୋଗୁଁ ଟ୍ରେନଗୁଡିକରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଉତ୍ତର ରେଳବାଇ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ହୋଇଛି । ଯୋଡା ଯାଉଥିବା ଅତିରିକ୍ତ କୋଚଗୁଡିକ ମଧ୍ୟରେ ସ୍ଲିପର, ଏସି ଚେୟାର କାର, ସାଧାରଣ ବଗି ରହିଛି । ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି । ତେବେ ଯଦି ଏହି ସମସ୍ୟା ଲାଗି ରହେ ତେବେ ରେଲୱେ ପକ୍ଷରୁ ଅଧିକ ଅତିରିକ୍ତ କୋଚ ଲଗାଯିବା ସହ ବିଭିନ୍ନ ରୁଟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *