ରେଳ ବଜେଟ୍, ଓଡ଼ିଶାକୁ ୧୦ହଜାର ୫୯୯ କୋଟି
ଓଡ଼ିଶାକୁ ମିଳିଲା ରେଳ ବଜେଟ ଭାଗ । ୧୦ହଜାର ୫୯୯ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ଓଡ଼ିଶାରେ ୧୦ବର୍ଷରେ ୨୦୪୬ ନୁଆ ଟ୍ରାକ ନିର୍ମାଣ ହୋଇଛି । ଓଡ଼ିଶାରେ ନବ ନିର୍ମିତ ଟ୍ରାକ ମାଲେସିଆରେ ଥିବା ଟ୍ରାକଠୁ ଅଧିକ କହିଛନ୍ତି ଅଶ୍ୱିନୀ । ଓଡ଼ିଶାରେ ଏବେ ୬ଟି ବନେ୍ଦ ଭାରତ ଚାଲିଛି । ରାଜ୍ୟରେ ୭୮ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ଓଡ଼ିଶାରେ ୧୮୯୮ କିମି ଟ୍ରାକରେ କବଚ ଲାଗିବା କାମ ସରିଛି । ୫୯ ରେଳ ଷ୍ଟେସନର ନବୀକରଣ ହୋଇଥିବା କହିଛନ୍ତି ରେଳମନ୍ତ୍ରୀ । ଆସନ୍ତା ୬ ବର୍ଷରେ ସାରା ଦେଶରେ କବଚ ଲାଗିବା କାମ ସରିବ । ଅନେକ ନୂଆ ଟ୍ରେନ ଓଡ଼ିଶାକୁ ଗଡ଼ିବ । କୋଲକାତା-ଚେନ୍ନାଇ ୪ ଲେନ୍ କାମ ଶୀଘ୍ର ସରିବ । କୋଲକାତା-ଭଦ୍ରକ କାମ ଜୋରସୋରରେ ଚାଲିଛି । ସେପଟେ ରାଜ୍ୟରେ ହେବ ୫୯ଟି ଅମୃତ ଷ୍ଟେସନ । ଏନେଇ ୨ହଜାର ୩୭୯ କୋଟି ବ୍ୟୟବରାଦ କରାଯିବା ଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ।
