୭ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସର ୫ ଜଣିଆ ଟିମ୍
ସରକାରୀ ବାବୁଙ୍କ କଳା କାର୍ନାମା । ଲୁଟିଥିଲେ କୋଟିକୋଟି ଟଙ୍କା। ଆଉ ଏବେ ଭିଜିଲାନ୍ସ ହାବୁଡରେ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ରାୟଗଡ଼ା DFO ବିଜୟ କୁମାର ପରିଡ଼ାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି। ଡିଏଫଓଙ୍କ କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟଙ୍କ ଘରେ ଚାଲିଛି ଛାନବିନ୍ । ଏହାସହ ରାୟଗଡ଼ା ଓ ଭୁବନେଶ୍ୱର ସମେତ ୪ଟି ଜିଲ୍ଲାର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି।
ବାବୁଙ୍କ କଳାକାର୍ନାମା ଉପରେ ନଜର ରଖୁଥିଲା ଭିଜିଲାନ୍ସ । କିନ୍ତୁ ବନ ବାବୁ ଜଣଙ୍କ ଲୁଚି ଲୁଚି କ୍ଷୀର ପିଉଥିଲେ । ଭାବିଥିଲେ ସଭିଙ୍କ ଆଖିରେ ଧୂଳିଦେଇ ଜମା କରୁଛନ୍ତି କଳା ଟଙ୍କା । ହେଲେ ଏହାକୁ ପଣ୍ଡ କଲା ଭିଜିଲାନ୍ସ । ଏକ କାଳୀନ ସାତଟି ସ୍ଥାନରେ ଚଢାଉ କରି ଫିଟାଇଲ ବାବୁଙ୍କ ସମ୍ପତ୍ତିର ଗୁମର । ତେବେ ଏହି ୫ଜଣିଆ ଟିମ ବାବୁଙ୍କୁ ମାରାଥନ ଜେରା କରିଥିବା ଦ୍ଖିବାକୁ ମିଳିଥିବା ବେଲେ ଏଯାଏଁ ଚାଲିଛି ରେଡ ।