ଓଡ଼ିଶାରେ ପହଞ୍ଚିଲେ ରାହୁଲ ଗାନ୍ଧୀ
ଓଡ଼ିଶାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ବୀରମିତ୍ରପୁରରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଦଳୀୟ କର୍ମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ଓଡ଼ିଶାରେ ରାହୁଲ ଗାନ୍ଧୀ କରିବେ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଝାଡ଼ଖଣ୍ଡରୁ ଆଜି ଓଡ଼ିଶାରେ ପ୍ରବେଶ କରିଛି ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା I ଝାଡଖଣ୍ଡ- ଓଡ଼ିଶା ସୀମାରେ ପହଂଚିବା ପରେ ସେଠାରୁ ସିଧା ଓଡ଼ିଶାର ସୁନ୍ଦରଗଡ ଅଭିମୁଖେ ଆସି ବୀରମିତ୍ରପୁରରେ ପହଂଚିଛନ୍ତି ରାହୁଲ । । ବୀରମିତ୍ରପୁରଠାରେ ଓଡ଼ିଶା କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯିବା ପରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପତାକା ରାଜ୍ୟ କଂଗ୍ରେସକୁ ହସ୍ତାନ୍ତର କରାଯାଇଛି । ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ା ଦେଇ ଆଗକୁ ବଢିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏହି ସମୟରେ ରାହୁଲ ଗାନ୍ଧୀ ପଦଯାତ୍ରା ସହ ଜନସଭା ବି କରିବେ । ସୁନ୍ଦରଗଡ଼ରେ ନିର୍ବାଚନ ବିଗୁଲ ବଜାଇବେ ରାହୁଲ । ରାହୁଲଙ୍କ ଗସ୍ତର ରୁଟ୍ ମ୍ୟାପ୍ ଚୂଡ଼ାନ୍ତ ହୋଇଛି । ୩ ଦିନରେ ୨୦୦ କିଲୋମିଟର ବୁଲିବେ ରାହୁଲ ।
