ଫେବୃଆରୀ ୬ ରେ ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ

୬ ରେ ଓଡ଼ିଶା ଆସିବେ ରାହୁଲ

ଫେବୃଆରୀ ୬ ରେ ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ। ୬ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ସ୍ଵାଗତ କରାଯିବ। ତିନିଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି । ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୭ ଓ ୮ ତାରିଖରେ କାର୍ଯ୍ୟକ୍ରମ ରହିଛି । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ନିଜର ସ୍ଥିତି ସଜାଡ଼ିବା ପାଇଁ ଲାଗି ପଡିଛି କଂଗ୍ରେସ । ଭାରତ ଯୋଡ଼ ନ୍ୟାୟ ଯାତ୍ରା ଚାଲିଛି। ରାଜ୍ୟ ରାଜ୍ୟ ବୁଲି ଲୋକଙ୍କ ସହ ମିଶୁଛନ୍ତି ରାହୁଲ ଗାନ୍ଧୀ । ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଓଡ଼ିଶାରେ 4ଦିନ ରହିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । କିଛି ଦିନ ପୂର୍ବରୁ ଭୁବନେଶ୍ୱରରେ ବିଶାଳ ସମାବେଶରେ ଯୋଗ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଜୋରଦାର ଆଟାକ କରିଥିଲେ ଖଡ଼ଗେ। ପ୍ରଭାରୀ ଅଜୟ କୁମାର ମଧ୍ୟ ଘନ ଘନ ବୈଠକ କରୁଛନ୍ତି । କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ଏଥର ନିର୍ବାଚନରେ ଜୋରଦାର ଲଢେଇ କରିବା କଂଗ୍ରେସ ।