ଓଡ଼ିଶାରେ ୩ଦିନ ରହିବେ ରାହୁଲ

ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି । ମଲ୍ଲିକାର୍ଜୁନ ଖଡଗେ ଓ ପ୍ରିୟଙ୍କା ଗାନ୍ଧି ୨୬, ୨୭ ଓ ୨୮ତାରିଖରେ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । କେନ୍ଦ୍ରାପଡ଼ା ,ବାଲେଶ୍ୱର ଭଦ୍ରକରେ ରହିଛି କାଯ୍ୟକ୍ରମ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଅଜୟ କୁମାର । ସେପଟେ ପୂର୍ବରୁ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରାହୁଲ ଗାନ୍ଧୀ, ବଲାଙ୍ଗୀର ସଭାମଞ୍ଚକୁ ଓହ୍ଲାଇଥିଲେ, ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ କୋଟି କୋଟି ମହିଳାଙ୍କୁ ଲକ୍ଷପତି କରିବ ବୋଲି ଦେଇଥିଲେ ଗ୍ୟାରେଣ୍ଟି । ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତ ଗ୍ୟାରେଣ୍ଟି ଦେବା ସହ ଏମଏସପି ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।