ବିଜେଡି-ବିଜେପି ପାର୍ଟନରସିପରେ ସରକାର ଚାଲିଛି: ରାହୁଲ ଗାନ୍ଧୀ
ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ରାଉରକେଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରୋଡ଼ ଶୋ । ରାଉରକେଲାରୁ କଂଗ୍ରେସ ସାଂସଦଙ୍କ ଟାର୍ଗେଟ । ବିଜେଡି-ବିଜେପି ମଧ୍ୟରେ ସହଭାଗିତା ରହିଛି । ଓଡ଼ିଶାରେ ଆଦିବାସୀ ଦଳିତଙ୍କ ପ୍ରତି ଅତ୍ୟାଚାର ହେଉଛି । ଦେଶରେ ସବୁଠୁ ଅଧିକ ବେରୋଜଗାରୀ ଓଡ଼ିଶାରେ ଅଛନ୍ତି । ଖାଲି ସେତିକି ନୁହେଁ ଓଡ଼ିଶାରୁ ୩୦ ଲକ୍ଷ ଲୋକ ଦାଦନ ଖଟବାକୁ ଯାଇଛନ୍ତି । ବାହାରୁ ୩୦ ଆରବପତି ଓଡ଼ିଶାରୁ ଧନ ଲୁଟିବାକୁ ଆସିଛନ୍ତି ବୋଲି କହିଛନ୍ତି ରାହୁଲ । ସେପଟେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ସେ କହିଛନ୍ତି ବିଜେପି ବିଜେଡି ମୁଦ୍ରାର ଦୁଇ ପାଶ୍ୱର୍ । ଦିଲ୍ଲୀରେ ପ୍ରତି କ୍ଷେତ୍ରରେ ବିଜେପିକୁ ସହଯୋଗ କରୁଛି ବିଜେଡି । ମୋଦି ସରକାରଙ୍କୁ ବିଜେଡି କେବେ ବି ସମାଲୋଚନା କରିନାହିଁ । ଓଡ଼ିଶାରେ କେବଳ ଲୋକ ଦେଖାଣିଆ ଭାବେ ଲଢୁଛନ୍ତି । ବିଜେଡି କେବଳ ଲୋକଙ୍କୁ ଦେଖାଇବା ପାଇଁ ବିରୋଧୀ । କିନ୍ତୁ ବାସ୍ତବରେ କେନ୍ଦ୍ର ଦୃଢ ସମର୍ଥନ କରୁଥିବା କହିଛନ୍ତି ଜୟରାମ ରମେଶ । ଓଡ଼ିଶାରେ ଡିପି ସରକାର ଚାଲିଥିବା କହିଛନ୍ତି ବରିଶ୍ଠ କଂଗ୍ରେସ ସାଂସଦ ଜୟରାମ ରମେଶ ।